www.samajalive.in
Wednesday, December 10, 2025
16.1 C
Bhubaneswar

ନକଲି ଏଟିଏମ କାର୍ଡ଼ ଫେରାଇ ଅସଲି ନେଇ ଚମ୍ପଟ୍‌ ଦୁର୍ବୃତ୍ତ, ଆକାଉଣ୍ଟରୁ ସବୁ ଟଙ୍କା ଗାୟବ

ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କୁ ନକଲି ଏଟିଏମ୍‌ କାର୍ଡ଼ ଦେଇ ଅସଲି ନେଇ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ଦୁର୍ବୃତ୍ତ ଫେରାର ମାରିଛି। ଏମିତି ଏକ ଘଟଣା ଘଟିଛି ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼-ସମ୍ବଲପୁର ୱେରେ ଥିବା ଗୋଡ଼ଭଗା ଏସବିଆଇ ଏଟିଏମରେ। ନିଲେଇପାଲି ଗ୍ରାମର ମୁକୁନ୍ଦ ସାହୁ ଏହି ଏଟିଏମକୁ ନଭେମ୍ବର ୧୯ ତାରିଖରେ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୃତ୍ତ ଏଟିଏମରୁ ଟଙ୍କା ଉଠାଉଥିବା ମୁକୁନ୍ଦ ସାହୁଙ୍କୁ ସହଯୋଗର ବାହାନା କରି ସେହି ଏଟିଏମରୁ ୧ହଜାର ଟଙ୍କା ଉଠାଇ ବୃଦ୍ଧ ହିତାଧିକାରୀଙ୍କୁ ତୁମ ଏଟିଏମ କାର୍ଡ଼ ନିଅ କହି ନକଲି ଏଟିଏମ୍ କାର୍ଡ଼ ଦେଇ ଅସଲିକୁ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିଲା। କିଛି ଦିନ ପରେ ହିତାଧିକାରୀ ନିଜ ପାସ୍‌ବୁକ୍‌କୁ ଅପଡେଟ୍‌ କରିବା ପାଇଁ ଯାଇ ଦେଖିବା ମାତ୍ରେ ବୈଜାମୁଣ୍ଡା ଏଟିଏମରୁ ୨୬ ହଜାର ଓ ସମ୍ବଲପୁର ଏଟିଏମରୁ ୯ଶହ ଟଙ୍କା ମୋଟ ୨୬ହଜାର ୯ଶହ ଟଙ୍କା ନିଜ ଆକାଉଣ୍ଟରୁ ଉଠାଣ ହୋଇଥିବା ଜଣାପଡ଼ିଥିଲା। ଏନେଇ ବ୍ୟାଙ୍କରେ ପଚରାଉଚରା କରିବା ସହ ଗୋଡ଼ଭଗା ଫାଣ୍ଡିକୁ ଲିଖିତ ଭାବେ ଜଣାଇବା ପାଇଁ ଯାଇଥିଲେ ମୁକୁନ୍ଦ। କିନ୍ତୁ ପୁଲିସ ଏହା ଆମ କାମ ନୁହେଁ, ବ୍ୟାଙ୍କକୁ ଯାଅ, ଆମେ କ’ଣ କରିବୁ ବୋଲି କହିବାରୁ ସେ ନିରୁପାୟ ହୋଇ ଚାଲିଆସି ବିଭିନ୍ନ ଲୋକଙ୍କ କହିବା ଅନୁଯାୟୀ ଅତାବିରା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବୃଦ୍ଧ ମୁକୁନ୍ଦ। ଏହା ବ୍ୟତୀତ ଟଙ୍କା କାଢିବା ଓ ଦୁର୍ବୃତ୍ତ ନକଲି ଦେଇ ଅସଲି ଏଟିଏମ କାର୍ଡ଼ ନେଇ ଏକ କାର ଯୋଗେ ଚମ୍ପଟ ମାରୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ପ୍ରକାଶ କରିଛନ୍ତି ମୁକୁନ୍ଦ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories