www.samajalive.in
Thursday, December 11, 2025
13.1 C
Bhubaneswar

ସମ୍ବିଧାନ ନିର୍ମାଣରେ ମହିଳା ଶକ୍ତିର ବଡ଼ ଅବଦାନ ରହିଛି – ମୋଦୀ

ଡେସ୍କ: ଲୋକସଭାରେ ଆଜି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ନିମ୍ନ ସଦନରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଦୁଇ ଦିନିଆ ବିତର୍କ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଶୁକ୍ରବାର ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭାଵଉଦ୍ରେକ ଭାଷଣ ଦେଇଥିଲେ।

ଆଜି ଲୋକସଭାରେ ବିତର୍କ ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…
– କଂଗ୍ରେସର ଗୋଟିଏ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇବାରେ କୌଣସି ସୁଯୋଗ ଛାଡ଼ିନାହାନ୍ତି।
– ମୁଁ ସମ୍ବିଧାନ ଉପରେ ଭଲ ବିତର୍କ ଆଶା କରିଥିଲି, କିନ୍ତୁ କିଛି ଲୋକ ସେମାନଙ୍କ କ୍ଷତିରେ ଦୁଃଖ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।
– ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ସମ୍ବିଧାନର ୬୦ ବର୍ଷ ପାଳନ ଅବସରରେ ମୁଁ ଏକ ହାତୀ ଉପରେ ଆମ ସମ୍ବିଧାନର ନକଲକୁ ଶୋଭାଯାତ୍ରାରେ ନେଇଥିଲି।
– ୨୦୦୦ ମସିହାରେ ବାଜପେୟୀ ସରକାର ସମ୍ବିଧାନର ୫୦ ବର୍ଷ ପୂର୍ତ୍ତି ପାଳନ କରିଥିଲେ।
– ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ସମୟରେ, ୨୫ ବର୍ଷ ପୂରିବା ବେଳେ ସମ୍ବିଧାନକୁ ଦୁର୍ବଳ କରିଦିଆଯାଇଥିଲା।
– ଭାରତର ଅର୍ଥନୈତିକ ଏକତାକୁ ସୁଦୃଢ଼ କରିବାରେ ଜିଏସଟି ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏ ଦିଗରେ କିଛି ଶ୍ରେୟ ପୂର୍ବ ସରକାରଙ୍କୁ ମଧ୍ୟ ଯାଉଛି।
– ବିଗତ ୧୦ ବର୍ଷ ମଧ୍ୟରେ ଆମର ନୀତି, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଭାରତର ଏକତାକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ।
– ଆମକୁ ଆମର ବିବିଧତାକୁ ପାଳନ କରିବାକୁ ହେବ, ଏହା ହେବ ବାବାସାହେବ ଆମ୍ବେଦକରଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି।
– ଆମକୁ ଆମର ବିବିଧତାକୁ ପାଳନ କରିବାକୁ ହେବ, ଏହା ହେବ ବାବାସାହେବ ଆମ୍ବେଦକରଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି।
– ସ୍ୱାଧୀନତା ପରେ ବିକୃତ ମାନସିକତାଧାରୀ ସମ୍ବିଧାନର ଭିତ୍ତିଭୂମି କୁହାଯାଉଥିବା ବିବିଧତା ମଧ୍ୟରେ ଏକତା ଉପରେ ଆକ୍ରମଣ କରୁଛନ୍ତି।
– ଆମ ସମ୍ବିଧାନ ଭାରତର ଏକତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି।
– ସରକାରଙ୍କ ପ୍ରତ୍ୟେକ ପଦକ୍ଷେପରେ ମହିଳାମାନେ କେନ୍ଦ୍ରରେ ଅଛନ୍ତି, ସଂସଦ ଓ ମନ୍ତ୍ରିମଣ୍ଡଳରେ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଉଛି।
– ଅନେକ ଦେଶ ମହିଳାଙ୍କୁ ମତଦାନ ଅଧିକାର ବହୁତ ବିଳମ୍ବରେ ଦେଇଥିଲେ, କିନ୍ତୁ ଭାରତରେ ସମ୍ବିଧାନ ଆରମ୍ଭରୁ ମହିଳାଙ୍କୁ ଏହି ଅଧିକାର ଦେଇଥିଲା।
– ହଜାର ହଜାର ବର୍ଷର ଗଣତାନ୍ତ୍ରିକ ପରମ୍ପରା ଯୋଗୁଁ ଭାରତ କେବଳ ଏକ ବୃହତ୍ ଗଣତନ୍ତ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ।
– ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ କରିବାର ସମୟ ଆସିଛି, ମୁଁ ଖୁସି ଯେ ସଂସଦ ମଧ୍ୟ ଏହାର ଏକ ଅଂଶ ପାଲଟିଛି।
– ଆମ ସମସ୍ତଙ୍କ ପାଇଁ, ସମସ୍ତ ନାଗରିକ ଏବଂ ବିଶ୍ୱର ସମସ୍ତ ଗଣତନ୍ତ୍ରପ୍ରେମୀ ନାଗରିକଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories