www.samajalive.in
Thursday, December 11, 2025
15.1 C
Bhubaneswar

ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ଦୁଷ୍କର୍ମ, ବିଦ୍ୟାଳୟ ମାଲିକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଉରକେଲା : ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ବଳାତ୍କାର ମାମଲାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ ଅଦାଲତ ମାମଲାର ବିଚାର କରି ବିଦ୍ୟାଳୟର ମାଲିକ ତଥା ଅଧ୍ୟକ୍ଷ ବିଭୂତି ଭୂଷଣ ଗୁପ୍ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଅପରାଧୀ ଉପରେ ସାଢ଼େ ୫ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହି ଜୋରିମାନା ଅର୍ଥ ପୀଡ଼ିତାକୁ ଦେବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧ୍ୟକ୍ଷ ଆଉ ଅଧିକ ଅଢ଼େଇ ବର୍ଷ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ ୨୦୧୯ଡିସେମ୍ବର ୮ରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ବି ଅଞ୍ଚଳରେ ବିଭୂତି ଭୂଷଣ ବନ୍ଧମୁଣ୍ଡା ଜ୍ଞାନୋଦୟ ବିଦ୍ୟାଳୟ ଖୋଲି ନିଜେ ଅଧ୍ୟକ୍ଷ ଥିଲେ। ଏହାସହ ବିଭୂତି ବନ୍ଧମୁଣ୍ଡା ବିଜେଡ଼ି ମଣ୍ଡଳ ସଭାପତି ଥିଲେ। ଜ୍ଞାନଦୋୟ ବିଦ୍ୟାଳୟରେ ସେହି ଅଞ୍ଚଳର ଜନୈକ ବାଳକ ଦଶମ ଶ୍ରେଣୀରେ ପଢ଼ୁଥିଲେ। ବୋର୍ଡ଼ ପରୀକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଆଡମିଟ କାର୍ଡ଼ ନେଇଯାଇଥିଲେ। ମାତ୍ର ସ୍କୁଲ ଫି ବାକି ଥିବାରୁ ଜନୈକ ବାଳକଙ୍କୁ ଅଧ୍ୟକ୍ଷ ବିଭୂତି ଆଡ଼ମିଟ କାର୍ଡ଼ ଦେଇ ନ ଥିଲା। ଛାତ୍ରର ଭଉଣୀ (୨୦ବର୍ଷ) ସେହି ସ୍କୁଲରେ ପୂର୍ବରୁ ପାଠ ପଢ଼ିଥିଲେ। ତେଣୁ ସେ ଭାଇକୁ ସାଙ୍ଗରେ ନେଇ ସ୍କୁଲ ମାଲିକ ବିଭୂତିକୁ ସାକ୍ଷାତ କରିଥିଲେ। ବକେୟା ଟଙ୍କା ନ ଦେଲେ ଆଡମିଟ୍‌ କାର୍ଡ଼ ମିଳିବ ନାହିଁ ବୋଲି ବିଭୂତି ରୋକଠୋକ ମନା କରି ଦେଇଥିଲା। କିନ୍ତୁ ଗତ ୦୮/୧୨/୨୦୧୯ ତାରିଖରେ ସ୍କୁଲ ଛୁଟି ପରେ ବିଭୂତି ପୀଡ଼ିତାଙ୍କୁ ଫୋନ କରି ଆଡମିଟ କାର୍ଡ଼ ନେଇ ଯା, ପରେ ଟଙ୍କା ଦେବୁ ବୋଲି କହି ସ୍କୁଲକୁ ଡକାଇଥିଲା। ଯୁବତୀ ସେଠାରେ ପହଞ୍ଚିଲା ପରେ ଅଫିସ କବାଟ ଭିତର ପଟୁ ବନ୍ଦ କରି ବିଭୂତି ଜୋରଜବରଦସ୍ତ ବଳାତ୍କାର କରିଥିଲା। ଘଟଣା ସମ୍ପର୍କରେ ଯୁବତୀ ପରିବାର ଲୋକଙ୍କୁ କହିଥିଲେ। ବନ୍ଧମୁଣ୍ଡା ଥାନାରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପ୍ରଥମେ ରାଉରକେଲା ଏଡିଜେ-୧ଙ୍କ ଅଦାଲତରେ ଓ ପରବର୍ତ୍ତୀ ସମୟରେ ଏହି ମାମଲା ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଫାଷ୍ଟଟ୍ରାକ କୋର୍ଟର ବିଚାରପତି ପି.ସୂର‌୍ୟ୍ୟା ରାଓ ସରକାରଙ୍କ ପକ୍ଷରୁ ୨୧ ଜଣ ଓ ମୁଦାଲାଙ୍କ ପକ୍ଷରୁ ୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାବଳୀକୁ ବିଚାର କରି ଅଭିଯୁକ୍ତ ବିଭୂତି ଗୁପ୍ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories