www.samajalive.in
Thursday, December 11, 2025
15.1 C
Bhubaneswar

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ଖ୍ୟାତନାମା ପତ୍ରିକା ଫୋର୍ବସ ପକ୍ଷରୁ ଚଳିତବର୍ଷର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଭାରତର ତିନିଜଣ ମହିଳା ସ୍ଥାନ ପାଇଛନ୍ତି। ଏମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍‌ ଅଧ୍ୟକ୍ଷା କିରଣ ମଜୁମଦାର ଶ’। ନିର୍ମଳା ଏହି ତାଲିକାର ୨୮ତମ ସ୍ଥାନରେ ଥିବାବେଳେ ରୋଶନୀ ଓ କିରଣ ଯଥାକ୍ରମେ ୮୧ ଓ ୮୨ତମ ସ୍ଥାନ ଅଧିକାର କରିଛନ୍ତି। ନିର୍ମଳା ୨୦୧୪ରୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ନିର୍ମଳା ବାଣିଜ୍ୟ ଓ ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ତୁଲାଇଥିଲେ। ୨୦୧୭ ସେପ୍ଟେମ୍ବରରୁ ୨୦୧୯ ମେ’ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ନିର୍ମଳା ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଛନ୍ତି। ଅପରପକ୍ଷରେ ରୋଶନୀ ତାଙ୍କ ପିତା ଶିବ ନାଦରଙ୍କ ଦ୍ବାରା ସ୍ଥାପିତ ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଦାୟିତ୍ବ ସମ୍ଭାଳୁଛନ୍ତି। କମ୍ପାନୀର ସମ୍ପତ୍ତି ପରିମାଣ ବର୍ତ୍ତମାନ ୧୨୦୦ କୋଟି ଡଲାର। କିରଣ ୧୯୭୮ରେ ବାଓକନ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭଡ଼୍‌ ଡର୍‌ ଲି​‌ୟେନ୍‌ ତାଲିକାର ଶୀର୍ଷରେ ଥିବାବେଳେ ୨ୟ ସ୍ଥାନରେ ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ରହିଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories