କୋର୍ଟରେ ହାଜର ହେଲେ ଅଲ୍ଲୁ; ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ
ତେଲଙ୍ଗାନା : ସାଉଥ୍ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶୁକ୍ରବାର ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରେ ହାଜର ହୋଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଗଲା । ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ । ହାଇଦ୍ରାବାଦ୍ ହଲ୍ ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଅଲ୍ଲୁ ।
ସୂଚନାନୁଯାୟୀ, ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଗଲେ ଅଲ୍ଲୁ । ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଜାମିନ୍ ପାଇଁ ଆବେଦନ କରିଛନ୍ତି ପୁଷ୍ପା । ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ।
ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
Comments are closed.