www.samajalive.in
Friday, December 5, 2025
26.1 C
Bhubaneswar

ରାଜଘାଟରୁ ଗିରଫ ହେଲେ ଜୈଶ ଏ ମହମ୍ମଦଙ୍କ ୨ ଆତଙ୍କବାଦୀ: ଗଣତନ୍ତ୍ର ଦିବସରେ ଆତଙ୍କ ଅଭିପ୍ରାୟ ପଣ୍ଡ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦ ଘଟଣା ଘଟାଇବା ଯୋଜନା କରିଥିବା ଜୈଶ ଏ ମହମ୍ମଦଙ୍କ ୨ଜଣ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସ ଗିରଫ କରିନେଇଛି। ଉଭୟ ଆତଙ୍କବାଦୀ ଗିରଫ ହେବା ପରେ ବଡ଼ ଧରଣର ଆତଙ୍କବାଦୀ ଘଟଣା ଘଟିବା ପୂର୍ବରୁ ଭଣ୍ଡୁର ହୋଇଯାଇଛି ବୋଲି ସୂଚନା ଦିଆଯାଇଛି।
ଦିଲ୍ଲୀ ପୁଲିସର ସ୍ପେସାଲ ସେଲର ଏକ ଟିମ୍‍ ଗୁଇନ୍ଦା ସୂଚନାକୁ ଭିତ୍ତି କରି ଶ୍ରୀନଗରରେ ନିକଟରେ କ୍ରମାଗତ ଗ୍ରେନେଡ଼ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅବଦୁଲ ଲତିଫ ଗନାଈଙ୍କୁ ସୋମବାର ଗିରଫ କରିବାରେ ସଫଳ ହୋଇଛନ୍ତି।
ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ତଥା ଜୈଶ ଏ ମହମ୍ମଦଙ୍କ ସଦସ୍ୟ ଅବଦୁଲ ଲତିଫ ଗନାଈ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ଜନଗହଳୀ ପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବାର ଯୋଜନା କରାଯାଇ ଥିଲା। ଏହି ସୂଚନାକୁ ଭିତ୍ତି କରି ଦିଲ୍ଲୀ ପୁଲିସର ସ୍ପେସାଲ ଟିମ୍‍ ଜମ୍ମୁ-କାଶ୍ମୀର ଗସ୍ତ କରି ସେଠାରୁ ୨ଟି ଗ୍ରେନେଡ଼ ଓ ଗୋଳା ବାରୁଦ ଜବତ କରିଥିଲା। ଏହା ବ୍ୟତୀତ ବଂଦୀପୋରା ଅଞ୍ଚଳରେ ଆତଙ୍କବାଦୀ ହିଲାଲକୁ ମଧ୍ୟ ଗିରଫ କରିଥିଲା ସ୍ପେସାଲ ଟିମ। ପୂର୍ବରୁ ଏହି ଆତଙ୍କବାଦୀ ଦିଲ୍ଲୀର କିଛି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଯାଇ ପରିସ୍ଥିତି ଅନୁନ୍ଧ୍ୟାନ କରିଥିଲେ।
ଏହି ଗିରଫ ପାଇଁ ଦିଲ୍ଲୀର ସ୍ପେସାଲ ପୁଲିସ କିଛି ସନ୍ଦେହଜନକ ବ୍ୟକ୍ତିଙ୍କ ଫୋନ କଲକୁ ରେକର୍ଡ଼ କରିଥିଲେ। ୨୦ଜାନୁୟାରୀରେ ପୁଲିସ ଇନ୍ସପେକ୍ଟର ଶିବ କୁମାରଙ୍କୁ ଏ ସମ୍ପର୍କରେ ଏକ ସୂଚନା ମିଳିଥିଲା। ଆତଙ୍କବାଦୀ ଅବଦୁଲ ଲତିଫ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ରାଜଘାଟ ନିକଟକୁ ଆସିବାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇଥିଲେ ଶିବ କୁମାର। ୨୦ ଓ ୨୧ତାରିଖ ରାତିରେ ପୁଲିସ ଯୋଜନା ବଦ୍ଧଭାବେ ରାଜଘାଟ ନିକଟରେ ସକ୍ରିୟ ରହିବା ସହ ଅବଦୁଲ ଲତିଫଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।
ଦିଲ୍ଲୀରେ ଆତଙ୍କସୃଷ୍ଟି କରିବା ଉଦ୍ଦେଶ୍ୟରେ ଅବଦୁଲ ୧୨ରୁ ଊଦ୍ଧ୍ୱର୍ ଗ୍ରେନେଡ଼ ଓ ଇଆଇଡି କିଣିଥିଲେ। ଗିରଫ ଆତଙ୍କବାଦୀଙ୍କ ନିକଟରୁ ୨ଟି ଗ୍ରେନେଡ, ଏକ ଅଟୋମେଟିକ ପିସ୍ତଲ ଓ ୨୬ଟି ଗୁଳି ଜବତ କରିଛି ସ୍ପେସାଲ ଟିମ୍‍। ଏହି ଅପରେସନର କମାଣ୍ଡର ଅବୁ ମୈଜ, ଜିଲା କମାଣ୍ଡର ଓମର ଇବ୍ରାହିମଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଜୈଶ ଏ ମହମ୍ମଦର ରବର ଷ୍ଟାମ୍ପ ଜବତ କରିଛି ପୁଲିସ। ଅବଦୁଲ ଲତିଫଙ୍କ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଦଳ ଜମ୍ମୁୁ-କାଶ୍ମୀର ଗସ୍ତ କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories