www.samajalive.in
Friday, December 5, 2025
23.1 C
Bhubaneswar

ଆଶ୍ରମରୁ ନାବାଳକ ନିଖୋଜ

ଢେଙ୍କାନାଳ : ଢେଙ୍କାନାଳ ଗୋବିନ୍ଦପୁର କଳ୍ପତରୁ ଆଶ୍ରମରୁ ଜଣେ ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଆଶ୍ରମର ଜଣେ ୧୦ ବର୍ଷର ନାବାଳକ ନିଖୋଜ ନେଇ ପରିବାର ଲୋକେ ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ଆଶ୍ରମରେ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
୧୦ ବର୍ଷର ନାବାଳକ ବୁଧବାର ଠାରୁ ମିଳୁ ନଥିବାରୁ ତାକୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ପ୍ରାୟ ଦୁଇ ବର୍ଷ ଧରି ଏହି ନାବାଳକ ଜଣକ ଆଶ୍ରମରେ ରହୁଥିଲେ। ସୂଚନା ଅନୁଯାୟୀ, ଆଶ୍ରମର ବାବା ମୁରାରୀ ଦାସ ଏହି ଆଶ୍ରମକୁ ବେଆଇନ ଭାବରେ ଚଳାଉଥିବା ବେଳେ ଛୋଟଛୋଟ ପିଲାଙ୍କୁ ରଖି ନାମ ସଙ୍କୀର୍ତ୍ତନ କରୁଥିଲେ। ମାତ୍ର ବାବା ମୁରାରୀ ଫେରାର ହୋଇଯାଇଥିବା ବେଳେ ପୁଲିସ ବାବାଙ୍କ ସହ ନାବାଳକୁ ଖୋଜିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories