କେନ୍ଦୁଝର: କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ପୀଠରେ ଅଘଟଣ। ମନ୍ଦିର ନିକଟରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୦ରୁ ଅଧିକ ଭୋଗ ଦୋକାନ ଜଳିଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଭୋଗ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇଁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
Popular Categories



