www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠୁ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ: ଭାଗନେବେ ୨୯ ଦେଶରୁ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି, ଓଡିଶାରୁ ୧୧

କଟକ : କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୯ ଦେଶରୁ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଉଛନ୍ତି। ଓଡ଼ିଶାରୁ ୧୧ ଜଣ ଖେଳାଳି ଓଡ଼ିଶା ମାଷ୍ଟର୍ସରେ ଅଂଶଗ୍ରହଣ କରୁଛନ୍ତି। ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଉଭୟ ପୁରୁଷ ଓ ମହିଳା ବର୍ଗର ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ଓଡ଼ିଶାରୁ ହର୍ଷିତା ରାଉତ ଏକମାତ୍ର ଖେଳାଳି ଭାବେ ଏକକ ବିଭାଗରେ ଖେଳିବେ। ପୁରୁଷ ଯୁଗଳରେ ଆୟୁଷ ପଟ୍ଟନାୟକ-ଅବିନାଶ ମହାନ୍ତି, ଅଭିଜିତ ମହାରଣା-ଅମ୍ରିତ ମହାନ୍ତି, ମହିଳା ଯୁଗଳରେ ଋତାପର୍ଣ୍ଣା ପଣ୍ଡା-ଶ୍ବେତାପର୍ଣ୍ଣା ପଣ୍ଡା, ବିଶାଖା ଟ‌େପ୍ପୋ-ପ୍ରଗତି ପରିଡ଼ା, ମିଶ୍ରିତ ଯୁଗଳରେ ଆୟୁଷ ଦାସ-ପୂର୍ବା ପ୍ରତ୍ୟାଶା ପଣ୍ଡା ଖେଳିବେ। ଏହି ପ୍ରତିଯୋଗିତାରେ ପାଖାପାଖି ୮୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଭାରତର ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲା ବେଳେ ଆନ୍ତର୍ଜାତିକ ସ୍ତରରୁ ଖେଳାଳି ଆସୁଥିବାରୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆ ଯାଇଛି। ସମସ୍ତ ପ୍ରତିଯୋଗୀ ଉତ୍ତମ ପ୍ରଦର୍ଶନ କରିବେ ବୋଲି ମୋର ଆଶା। ଦର୍ଶକ ଷ୍ଟାଡିୟମ୍‌କୁ ଆସି ମ୍ୟାଚ୍ ଉପଭୋଗ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରନ୍ତୁ ବୋଲି କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ନୀଲୀନ କୁମାର, ଭାରତୀୟ ବ୍ୟାଡମିଣ୍ଟନ ମହାସଂଘ ଓ ବିଡବ୍ଲ୍ୟୁଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories