www.samajalive.in
Saturday, December 13, 2025
14.1 C
Bhubaneswar

ଆସିଲା ରେଡମି ନୋଟ୍ ୧୪ ସିରିଜ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ରେଡମି ନୋଟ୍ ୧୪ ସିରିଜ୍ ଭାରତରେ ଲଞ୍ଚ୍ ହୋଇଯାଇଛି । ଏହି ଲାଇନଅପରେ ୩ ସ୍ମାର୍ଟଫୋନ୍ ଆସେ ଯାହାର ନାଁ ରେଡମି ନୋଟ୍ ୧୪, ୧୪ ପ୍ରୋ ଏବଂ ୧୪ ପ୍ରୋ ପ୍ଲସ୍ । ଆଣ୍ଡ୍ରଏଡ୍ ୧୪ରେ ଆଧାରିତ ଏହି ଫୋନ ହାଇପରଓଏସରେ ଚାଲିବ ।

ରେଡମି ନୋଟ୍ ୧୪ ପ୍ରୋ ପ୍ଲସରେ ସବୁଠାରୁ ଅଧିକ ଫିଚର୍ସ ରହିଛି ଯେଉଁଥିରେ ୨୦ରୁ ଅଧିକ ଏଆଇ ଫିଚର୍ ଓ ଟ୍ରିପଲ କ୍ୟାମେରା ସିଷ୍ଟମ ରହିଛି । ଏହି ଫୋନ୍ ସ୍ନାପଡ୍ରାଗନ ୭ଏସ୍ ଜେନ୍ ୩ ପ୍ରୋସେସରରେ ଚାଲିଥାଏ । ସେହିଭଳି ନୋଟ୍ ୧୪ ଓ ନୋଟ୍ ୧୪ ପ୍ରୋରେ ମିଡିଆଟେକ୍ ଡାଇମେନସିଟି ୭୦୨୫ ଅଲ୍ଟ୍ରା ଓ ମିଡିଆଟେକ୍ ଡାଇମେନସିଟି ୭୩୦୦ ଅଲ୍ଟ୍ରା ପ୍ରୋସେସର ରହିଛି ।

- Advertisement -

ରେଡମି ନୋଟ୍ ୧୪ ପ୍ରୋ ପ୍ଲସର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୩୦,୯୯୯ ଟଙ୍କା । କିନ୍ତୁ ବ୍ୟାଙ୍କ ଅଫର୍ ସହିତ ଏହାକୁ ୨୯,୯୯୯ ଟଙ୍କାରେ କ୍ରୟ କରିହେବ । ରେଡମି ନୋଟ୍ ୧୪ ପ୍ରୋର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ମଡେଲର ଦାମ୍ ୨୪,୯୯୯ ଟଙ୍କା । ବ୍ୟାଙ୍କ ଅଫର ସହିତ ଏହାକୁ ୨୩,୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ସେହିଭଳି ରେଡମି ନୋଟ୍ ୧୪ର ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନର ଦାମ୍ ୧୮,୯୯୯ ଟଙ୍କା । ବ୍ୟାଙ୍କ ଅଫର ସହିତ ଏହାକୁ ୧୭,୯୯୯ ଟଙ୍କାରେ କିଣିହେବ । ସମସ୍ତ ଫୋନ୍ ୧୩ ଡିସେମ୍ବରରୁ ବିକ୍ରି ପାଇଁ ଉପଲବ୍ଧ ହେବ । ସମସ୍ତ ଭାରିଆଣ୍ଟରେ ୫୦ ମେଗାପିକ୍ସେଲର ରିୟର କ୍ୟାମେରା ରହିବା ସହିତ ୧୪ରେ ୧୬ ଏମପିର ଫ୍ରଣ୍ଟ କ୍ୟାମେରା, ୧୪ ପ୍ରୋରେ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଓ ୧୪ ପ୍ରୋ ପ୍ଲସରେ ୨୦ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ମିଳିବ ।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories