www.samajalive.in
Saturday, December 6, 2025
16.1 C
Bhubaneswar

ମାଣବସା ଧନଲକ୍ଷ୍ମୀ ପୂଜା ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ହନୁମାନ ଜଙ୍ଗସନ କ୍ଳବର ପୂଜା କମିଟି ଆନୁକୂଲ୍ୟରେ ମାଣବସା ଧନଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଆଜି ସକାଳୁ ରୀତିନୀତି ଅନୁଯାୟୀ ଅଙ୍କୁରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମା ଲକ୍ଷ୍ମୀଙ୍କ ଆବାହନ,ହୋମ ଇତ୍ୟାଦି ପୂଜା ଆରମ୍ଭ କରାଯାଇଛି। ବୁଧବାର ସନ୍ଧ୍ୟାରେ ୧୧ଟି କଳସ ଯାତ୍ରା କରି ସ୍ଥାନୀୟନାଗାବଳୀ ଓ କଲ୍ୟାଣୀ ନଦୀ ସଙ୍ଗମରୁ ପୁରହିତ ବାପିନ ମିଶ୍ର ଓ ସାନ୍ତୁନୁ ମିଶ୍ରଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଗଙ୍ଗାଙ୍କୁ ଆହ୍ୱାନ କରି କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହାପରେ ବାଜାବାଜଣା ବଜାଇ ବାଣ ଫୁଟାଇ ଶଙ୍ଖ ଧ୍ଵନୀ କରି ଜଗନ୍ନାଥ ମନ୍ଦିର ରେ ଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ପୂଜା ଆରମ୍ଭ କରିଥିଲେ। ମେଢ଼, ତୋରଣ ଓ ଆଲୋକରେ ପୂଜାମଣ୍ଡପକୁ ସୁସଜିତ କରାଯାଇଛି। ଚଳିତ ମାସ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ପୂଜା କରାଯିବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି। ୧୨ତାରିଖରେ ସନ୍ଧ୍ୟାରେ ୩୦୦୧ ଦୀପ ଯଜ୍ଞ, ୧୪ ତାରିଖ ଦିନ ଅର୍ଣ୍ଣ ପ୍ରସାଦ ସେବନ ଓ ୧୫ତାରିଖ ଅପରାହ୍ନରେ କଳାହାଣ୍ଡିର ଜାନ ମେଲୋଡି ସହ ଭଷାଣି ଉତ୍ସବ କରାଯିବ ବୋଲି ଜଣାପଡିଛି। ଏହି ପୂଜା ଦେଖିବା ପାଇଁ ବ୍ଲକର ବହୁ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ଏଥିରେ ପୂଜା କମିଟ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories