www.samajalive.in
Friday, December 5, 2025
26.1 C
Bhubaneswar

ଭାରତ-ପାକିସ୍ତାନ ମିଶି ୧୨ ନାବିକଙ୍କ ଜୀବନ ବଞ୍ଚାଇଲେ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାକିସ୍ତାନୀ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ୧୨ ନାବିକଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜାହାଜ ଏମଏସଭି ଏଆଇ ପିରାନପିର ଗୁଜରାପଟର ପୋରବନ୍ଦରରୁ ଇରାନ ଯାଉଥିଲା। ଏଥିରେ ୧୨ ଜଣ ନାବିକ ଥିଲେ। ଗତ ବୁଧବାର ସାମୁଦ୍ରିକ ପାଗ ଖରାପ ଥିବାରୁ ଜାହାଜଟି ମଝି ସମୁଦ୍ରରେ ବୁଡ଼ିବାକୁ ଲାଗିଥିଲା। ଫଳରେ ଜାହାଜରେ ଥିବା ନାବିକମାନେ ଅସହାୟ ହୋଇପଡ଼ି ଶେଷରେ ଭାରତୀୟ ତଟରକ୍ଷୀ ବାହିନୀକୁ ଫୋନ କରିଥିଲେ। ମୁମ୍ବଇସ୍ଥିତ ସାମୁଦ୍ରିକ ଉଦ୍ଧାର ସହଯୋଗ କେନ୍ଦ୍ର(ଏମଆରସିସି) ଫୋନ କଲ ପାଇଥିଲା। ତୁରନ୍ତ ଏମଆରସିସି ପକ୍ଷରୁ ଗାନ୍ଧୀନଗରସ୍ଥିତ ଆଞ୍ଚଳିକ ମୁଖ୍ୟାଳୟକୁ ସତର୍କ କରାଯାଇଥିଲା। ଏହା ପରେ ତଟରକ୍ଷୀ ବାହିନୀ ସାର୍ଥକ ବୋଟ୍‌କୁ ଘଟଣାସ୍ଥଳକୁ ପଠାଇଥିଲା। ଏହା ସହିତ ପାକିସ୍ତାନର ଏମଆରସିସିକୁ ବି ଏ ବିଷୟରେ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ପାକିସ୍ତାନୀ ତଟରକ୍ଷୀ ବାହିନୀ ନିଜର ବୋଟ୍‌ ଏବଂ ବିମାନ ଘଟଣାସ୍ଥଳକୁ ପଠାଇଥିଲା। ଘଟଣାସ୍ଥଳର ଆଖପାଖରେ ଥିବା ଅନ୍ୟ ଜାହାଜ ଏବଂ ଡଙ୍ଗାକୁ ମଧ୍ୟ ଅବଗତ କରାଯାଇଥିଲା। ଶେଷରେ ବହୁ ଖୋଜାଖୋଜି ପରେ ନାବିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଜାହାଜ ବୁଡ଼ିବା ଆଗରୁ ସେମାନେ ରେସକ୍ୟୁ ବୋଟ୍‌ ଜରିଆରେ ବାହାରି ଆସିଥିଲେ। ସେଠାରୁ ସାର୍ଥକ ବୋଟ ସେମାନଙ୍କୁ ଉଦ୍ଧାର କରି ଆସିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories