www.samajalive.in
Monday, December 8, 2025
24.1 C
Bhubaneswar

ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌‌ଘାଟିତ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁଙ୍କ ଦ୍ୱାରା ଉଦ୍‌‌ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ଓ କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଳାର ସଫଳତା କାମନା କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥ ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ କରିବା ଅବସରରେ ବିଭାଗୀୟ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ପ୍ରଦୀପ କୁମାର ଦେ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଯୋଜନା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରିଥିଲେ। ଏହି ଅବସରରେ ସଦର ବ୍ଲକ ଡିମ୍ବୋ ପଞ୍ଚାୟତ ଖୋଳପା ଗ୍ରାମର ଆଦିତ୍ୟ ନାରାୟଣ ବାରିକଙ୍କୁ ଛେଳିପାଳନ ପାଇଁ, ଘଟଗାଁ ବ୍ଲକ ଟିକିରା ଗ୍ରାମର ସଞ୍ଜୟ ପଲେଇଙ୍କୁ ଗୋପାଳନ ପାଇଁ, ଆନନ୍ଦପୁର ବ୍ଲକ ଜଳସୁଆଁ ଗ୍ରାମର ମଞ୍ଜୁଳା ରଣା ଓ ସଦର ବ୍ଲକ ଟାଙ୍ଗରପଳସା ଗ୍ରାମର ମା’ ବାଶୁଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ମତ୍ସ୍ୟ ପାଳନ କ୍ଷେତ୍ରରେ ଅଗ୍ରଣୀ ଚାଷୀ ଭାବେ ମାନପତ୍ର, ଉପଢ଼ୌକନ, ଟ୍ରଫି ଓ ଅର୍ଥରାଶି ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ଜିଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ମେଳାର ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀ ଏବଂ ବୈଞ୍ଜାନିକ ମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଚାଷୀଙ୍କ ମନରେ ଥିବା ସଂଶୟକୁ ଦୂର କରାଯାଇଥିଲା। ଏଥିରେ ପ୍ରାଣୀସମ୍ପଦ ବିଭାଗର ଅବସରପ୍ରାପ୍ତ ଯୁଗ୍ମନିର୍ଦ୍ଦେଶକ ଡାକ୍ତର ବିନୟ ଭୂଷଣ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝରର ବୈଜ୍ଞାନିକ ଡାକ୍ତର ଲିପ୍‌‌ସା ଦାଶ, ସହକାରୀ ମତ୍ସ୍ୟ ଅଧିକାରୀ ସାହାରପଡାର ସୁରେଶ କୁମାର ପ୍ରଧାନ, ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଘସିପୁରାର ଡାକ୍ତର ସରୋଜ କୁମାର ମହାନ୍ତି ମଞ୍ଚାସୀନ ହୋଇ ଚାଷୀ ମାନଙ୍କ ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପ୍ରଦାନ ସହ ବୈଷୟିକ ପରାମର୍ଶ ଦେଇଥିଲେ। ଜିଲାର ପ୍ରତି ବ୍ଲକରୁ ୭୦୦ରୁ ଉଦ୍ଧ୍ୱର୍ ଚାଷୀ ୩୦ଟି ଷ୍ଟଲରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଥିଲେ। ବିଭିନ୍ନ ପ୍ରଜାତିର ଗୃହପାଳିତ ପଶୁ ଓ ପକ୍ଷୀ ପ୍ରଦର୍ଶନୀ ଏବଂ ବୟୋଫ୍ଲକ୍‌‌ରେ ମାଛ ଚାଷ ମେଳାର ମୁଖ୍ୟ ଆକର୍ଷଣ ସାଜିଥିଲା। ଶେଷରେ ଜିଲା କଳା ଓ ସାଂସ୍କୃତିକ ସଂଘର କଳାକାରଙ୍କ ସମେତ ଅନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅତିରିକ୍ତ ଜିଲା ପ୍ରାଣୀଚିକିତ୍ସାଧିକାରୀ (ପ୍ରାଣୀମଙ୍ଗଳ) କେନ୍ଦୁଝର ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡା ଏବଂ ମଣ୍ଡଳ ପ୍ରାଣୀଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବୁଧବାର ମେଳାର ଉଦ୍‌‌ଯାପନୀ ସମୋରୋହ ଅନୁଷ୍ଠିତ ହେବ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories