ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ୪ଟି ରାଜ୍ୟରେ ୬ଟି ରାଜ୍ୟସଭା ଆସନ ଖାଲିପଡିଛି। ଏସବୁ ଆସନ ପାଇଁ ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ। ରାଜ୍ୟସଭାରୁ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।
Popular Categories



