www.samajalive.in
Thursday, December 11, 2025
18.1 C
Bhubaneswar

ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀ ସୁରକ୍ଷା ଓ ସଂକ୍ରମଣ ପ୍ରତିରୋଧ କର୍ମଶାଳା

କେନ୍ଦୁଝରଗଡ଼଼: ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ନଭେମ୍ବର ୨୬ରୁ ୨୯ ତାରିଖ ୪ଦିନ ଧରି ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଡିଟୋରିୟମ ଠାରେ ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀ ସୁରକ୍ଷା ଓ ସଂକ୍ରମଣ ପ୍ରତିରୋଧ ସମ୍ପର୍କିିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଧରଣୀଧର ଭେଷଜ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ମହେନ୍ଦ୍ରନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କର୍ମଶାଳକୁ ଉଦ୍‌‌ଘାଟନ କରିଥିଲେ। ଧରଣୀଧର ଭେଷଜ ମହାବିଦ୍ୟାଳୟର ସହକ।।ରୀ ଡିନ୍‌‌ ତଥା ଭେଷଜ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଥାଟୋଇ, ଜିଲା ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅସୀମ କୁମାର ଦେ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦୁଝରର ଡିପିଏମ୍‌‌ ନିତ୍ୟରଞ୍ଜନ ବରାଳ ଉଦ୍‌‌ଘାଟନୀ ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀ ସୁରକ୍ଷା ଓ ସଂକ୍ରମଣ ପ୍ରତିରୋଧ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଶୁକ୍ରବାର ଉଦ୍‌‌ଯାପନୀ ସମାରୋହରେ ଧରଣୀଧର ଭେଷଜ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ମହେନ୍ଦ୍ରନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସେବା ମନୋଭାବ ରଖି ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ର ବୋର୍ଡ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ବୈଜ୍ଞାନିକ ସୁଶ୍ରୀ ଇପ୍ସି ଗିରି, ଧରଣୀଧର ଭେଷଶଜ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡାକ୍ତର ସୁମନ ଶ୍ୱେତା ନାୟକ, ନର୍ସିଂ ଅଫିସର ଦେବସ୍ମୀତା ରାଉତ, ଭାରତୀୟ ମଜଦୁର ସଂଘ ଯୁଗ୍ମସମ୍ପାଦିକା ବିଣାପାଣୀ ବେହେରା ଓ ହସ୍ପିଟାଲ ପରିଚାଳକ ରାଜା ପ୍ରଧାନ ରିସୋର୍ସ ପର୍ସନ ଭାବେ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀ ସୁରକ୍ଷା ଓ ସଂକ୍ରମଣ ପ୍ରତିରୋଧ କିଭଳି କରାଯାଇ ପାରିବ ସେ ସମ୍ପର୍କରେ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତୃତ ଭାବେ ପ୍ରଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ। ହସ୍ପିଟାଲ ପରିଚାଳକ କିର୍ତ୍ତୀମାନ ମହାନ୍ତ, ସୌଭାଗ୍ୟ ରଞ୍ଜନ ମହାରଣା ଓ ରଞ୍ଜନ ବେଉରା ୪ଦିନ ଧରି ଅନୁଷ୍ଠିତ ଏହି କର୍ମଶାଳା ଆୟୋଜନରେ ସହଯୋଗ କରିଥିବା ବେଳେ ହସ୍ପିଟାଲ ପରିଚାଳକ ଚଇତାଳୀ ମିଶ୍ର, ସୁନୀଲ ସିଂ, ନର୍ସିଂ ଅଫିସର ମୁକେଶ କୁମାର ମହାନ୍ତ ଓ କାର୍ଯ୍ୟାଳୟ ସହାୟକ କ୍ରୀଷ୍ଣା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ୪ଦିନ ଧରି ଅନୁଷ୍ଠିତ ଏହି କର୍ମଶାଳାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ୧ ହଜାରରୁ ଊର୍ଦ୍ଧ୍ବ ସମସ୍ତ ଡାକ୍ତର ଓ ନର୍ସିଂ ଅଫିସର, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories