www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରମିକ କୃଷକ ସଙ୍ଘର୍ଷ ସମିତିର ରାଲି ଓ ଦାବୀପତ୍ର ପ୍ରଦାନ

ଫୁଲବାଣୀ: ଦେଶ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ କୃଷକ ଓ ଶ୍ରମିକ ମାନେ ଅବହେଳିତ ଅବସ୍ଥାରେ ଅଛନ୍ତି। ଜାତୀୟ ସ୍ତରରେ କୃଷକ ମାନଙ୍କ ଆୟ ତୁଳନାରେ ଓଡିଶାରେ ଖୁବ କମ ରହିଛି। ଅପରପକ୍ଷରେ ମନରେଗା ଅନୁଦାନ କମି କମି ଚାଲିଛି। ଏହାର ପ୍ରତିବାଦରେ ଶ୍ରମିକ କୃଷକ ସଙ୍ଘର୍ଷ ସମିତି ପକ୍ଷରୁ ଏକ ରାଲି ଆୟୋଜନ ସହ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଦରଦାମ ନିୟନ୍ତ୍ରଣ, ଖାଦ୍ୟ, ଔଷଧ, କୃଷିଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ, ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ପାରିଶ୍ରମିକ ଏବଂ ୧୦ ହଜାର ପେନସନ ବ୍ୟବସ୍ଥା, ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ଆଉଟସୋର୍ସିଂ ବ୍ୟବସ୍ଥା ବନ୍ଦ, କାମ କରିବାର ଅଧିକାରକୁ ସାମ୍ବିଧାନିକ ସ୍ବିକୃତୀ ଓ ଜାତିଗତ ଜନଗଣନା ଭଳି ଦାବୀ କରାଯାଇଛି। ସଙ୍ଗଠନର ଜିଲ୍ଲା ସଭାପତି ଗଣେଶ କୁମାର ପ୍ରଧାନ ଓ ସମ୍ପାଦକ ଜନବାଦୀ ଗୌଡଙ୍କ ନେତୃତ୍ୱରେ ଆୟୋଜନ କାର୍ଯ୍ୟକ୍ରମରେ ମଷ୍ଟରାମ କହଁର, ଲକ୍ଷ୍ମୀପ୍ରିୟା କହଁର, ଜଳନ୍ଧର ଝାଙ୍କର, ନାରାୟଣ ପ୍ରଧାନ, ନବୀନା ପ୍ରଧାନ, ବଳରାମ ମାଝୀ ପ୍ରମୂଖଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories