ପିପିଲି: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିତା, ମାତା ଓ ଆଇନଗତ ଅଭିଭାବକମାନଙ୍କୁ ନେଇ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ, ହରିଅନ୍ତା ପ୍ରକଳ୍ପ ୟୁପି ସ୍କୁଲ, ଆରୁହା ୟୁଜିୟୁପି ସ୍କୁଲ ସମେତ ସମସ୍ତ ବିଦ୍ୟାଳୟ ପରିସରରେ ସିଆର୍ସିସି ଚିନ୍ତାମଣୀ ଓଝାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ପୂର୍ବାହ୍ନରେ ସ୍ୱତନ୍ତ୍ର ବୈଠକମାନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ଅପାର (ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରୀ) ଆଇଡି ସୃଷ୍ଟି କରିବା ନିମନ୍ତେ ପିତା, ମାତା ତଥା ଆଇନଗତ ଅଭିଭାବକଙ୍କ ଠାରୁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମ ଅନୁଯାୟୀ ସମ୍ମତିପତ୍ରକୁ ଦସ୍ତଖତ କରାଇ ସଂଗ୍ରହ କରାଯାଇଥିଲା। ଅପାର ଆଇଡି ସୃଷ୍ଟି କରିବାର ମହତ୍ତ୍ୱ ଉଦ୍ଦେଶ୍ୟ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅପାର ଆଇଡି ଦ୍ୱାରା ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବାରେ, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଟ୍ରାକିଂ କରିବାରେ, ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର ହେବା ବେଳେ, ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ, ଛାତ୍ରବୃତ୍ତି, ଶୈକ୍ଷିକ ନଥିପତ୍ରର ବ୍ୟବହାରରେ ସାହାଯ୍ୟ କରିପାରିବ।
Popular Categories



