ଫୁଲବାଣୀ: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଠାକୁର ଅନୁକୁଳଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ଓ ସତସଙ୍ଗ ସହିତ ମନ୍ଦିରର ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି। ଏ ଅବସରରେ ସକାଳେ ଶ୍ରଦ୍ଧାଳୁ ମାନେ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଫୋଟୋ ଚିତ୍ର ଏକ ସୁସଜ୍ଜିତ ରଥରେ ବସାଇ ସହର ପରିକ୍ରମା କରିଥିଲେ। ପରେ ବିଜୁ କଲ୍ୟାଣ ମଣ୍ଡପରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଉତ୍ସବ କମିଟିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଗଦୀଶ୍ୱର ପ୍ରଧାନ, ପଂଚାନନ ପଣ୍ଡା ଓ ମାନସ କୁମାର ସିଂଙ୍କ ନେତୃତରେ ବହୁ ଶ୍ରଦ୍ଧାଳୁ ଠାକୁରଙ୍କ ସଂଗୀତ ଗାନ କରିଥିଲେ। ସୁବ୍ରତ କୁମାର ମିଶ୍ର ପ୍ରାରମ୍ଭିକ ସୁଚନା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ. ହରପ୍ରସାଦ ସାହୁ ସାମ୍ପ୍ରତିକ ପରିସ୍ଥିତିରେ ଠାକୁରଙ୍କ ଦର୍ଶନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସେହିଭଳି ରାଜ୍ୟର ବହୁ ପ୍ରତିଷ୍ଠିତ ସତସଙ୍ଗ କର୍ମୀ କୃଷ୍ଣଚନ୍ଦ୍ର ଦାସ, ବଂଶୀଧର ପରିଡ଼ା, ପବିତ୍ର ମିଶ୍ର, ଦେବରାଜ ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ନିରଜଂନ ପ୍ରଧାନ, ସନତ କୁମାର ସାହାଣୀ, ବିଜୟ କୁମାର ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଚାଳନାରେ ସନ୍ତୋଷ ପଣ୍ଡା, ବିକ୍ରମ ବିଶ୍ୱାସ, ସୁଦାମ ବେହେରା, କୃପାସିନ୍ଧୁ ସାମଲ, ବେଣୁଧର ସ୍ୱାଇଁ ଙ୍କ ଭଳି ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
Popular Categories



