www.samajalive.in
Monday, December 8, 2025
13.1 C
Bhubaneswar

“ସ୍କନ୍ଧ ପୁରାଣ ପୁରୁଷୋତ୍ତମ : ଶ୍ରୀ ଜଗନ୍ନାଥ” ଜାତୀୟ ଆଲୋଚନାଚକ୍ର ଉଦଘାଟିତ

ପୁରୀ: କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀ ପକ୍ଷରୁ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ “ସ୍କନ୍ଧ ପୁରାଣ ପୁରୁଷୋତ୍ତମ : ଶ୍ରୀ ଜଗନ୍ନାଥ” ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହୋଇଛି।  ତିରୁପତି ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଜି. ଏସ. ଆର୍ କୃଷ୍ଣମୂର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମର ଉଦଘାଟନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରେକୃଷ୍ଣ ଶତପଥୀ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀ ସଦାଶିବ ପରିସର,  ନିର୍ଦେଶକ ପ୍ରଫେସର ବନମାଳୀ ବିଶ୍ଵାଳ ପ୍ରମୂଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀର ସଚିବ ଡଃ କେ. ଶ୍ରୀନିବାସ ରାଓ କାର୍ଯକ୍ରମ ପରିଚାଳନା କରିଥିଲେ। ଦୁଇଦିନ ଧରି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଉତ୍କଳ ଖଣ୍ଡରେ ରହିଥିବା ଶ୍ରୀ ଜଗନ୍ନାଥ ତତ୍ତ୍ଵ ବିଷୟରେ ଆଲୋଚନା କରାଯାଉଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories