www.samajalive.in
Monday, December 8, 2025
17.1 C
Bhubaneswar

ସରିଲା ଯୁକ୍ତ ଦୁଇ ଫର୍ମପୂରଣ : ଡିସେମ୍ବର ୧୫ରୁ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ଫର୍ମପୂରଣ ସୋମବାର ଶେଷ ହୋଇଛି। ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ରେଗୁଲାର୍ ଏବଂ ଏକ୍ସ ରେଗୁଲାର ଥିଓରୀ ପରୀକ୍ଷା ପାଇଁ ପ୍ରାୟ ୩ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ଆସନ୍ତା ଫେବୃଆରୀ ୧୮ରୁ ଥିଓରୀ ପରୀକ୍ଷା ହେବାକୁ ଥିବାବେଳେ ଆସନ୍ତା ୧୫ ତାରିଖରୁ ଆଡମିଟ୍‌ କାର୍ଡ (ପ୍ରବେଶ ପତ୍ର) ମିଳିବ। ୨୦୬୨ ଶିକ୍ଷାନୁଷ୍ଠାନ(କନିଷ୍ଠ ମହାବିଦ୍ୟାଳୟ)ର ଛାତ୍ରଛାତ୍ରୀ ୧୨୭୦ କେନ୍ଦ୍ରରେ ପରୀକ୍ଷା ଦେବେ। ସବୁ କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବାବେଳେ ଆଡମିଟ୍‌ କାର୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କପି ରୋକିବାକୁ ସିସି କ୍ୟାମେରା ସହ ଏଥର ଚତୁଃସ୍ତରୀୟ ସ୍କ୍ଵାର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ଥର ପ୍ରତି ଜିଲାରେ ଜିଲାସ୍ତରୀୟ ସ୍କ୍ଵାର୍ଡ ଗଠନ କରାଯିବ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories