www.samajalive.in
Friday, December 5, 2025
27.1 C
Bhubaneswar

ମସଜିଦ ସର୍ଭେକୁ ନେଇ ହିଂସା: ୪ ମୃତ, ସ୍କୁଲ ଛୁଟି, ଇଣ୍ଟରନେଟ୍ ସେବା ବନ୍ଦ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସମ୍ଭଲ ସହରରେ ଥିବା ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ନେଇ ରବିବାର ହିଂସାର ସୂତ୍ରପାତ ହୋଇଛି। ମୋଗଲ ରାଜୁତି ସମୟରେ ନିର୍ମିତ ଏହି ମସଜିଦର ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଉଥିବାବେଳେ ସ୍ଥାନୀୟ ବାସିନ୍ଦା ଏବଂ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ଜନତାଙ୍କ ଆକ୍ରମଣରେ ୩୦ ଜଣ ପୁଲିସ କର୍ମୀଙ୍କ ସମେତ ୫୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ତିନିଜଣ ମହିଳାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ମୋରାଦାବାଦ ପୁଲିସ କମିସନର ସୂଚନା ଦେଇଛନ୍ତି। ବିକ୍ଷୋଭକାରୀମାନେ ସେଠାରେ ଥିବା ଏକାଧିକ ଯାନବାହନ ପୋଡି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ହିଂସା ସତ୍ତ୍ବେ ମସଜିଦରେ ସର୍ଭେ କାର୍ଯ୍ୟ ସମ୍ପାଦିତ ହୋଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ସମ୍ଭଲ ସହରରେ ଥିବା ଜାମା ମସଜିଦକୁ ନେଇ ବିବାଦର ସୂତ୍ରପାତ ହୋଇଛି। ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବରଙ୍କ ଶାସନ କାଳରେ ୧୫୨୯ ମସିହାରେ ସେଠାରେ ଥିବା ମନ୍ଦିରକୁ ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା ବୋଲି କେତେକ ହିନ୍ଦୁ ସଂଗଠନ ଅଭିଯୋଗ କରିଆସୁଛନ୍ତି। ସେମାନେ ଏ ପ୍ରସଙ୍ଗରେ ଅଦାଲତର ଆଶ୍ରୟ ମଧ୍ୟ ନେଇଛନ୍ତି। ଅଦାଲତଙ୍କ ନିର୍ଦେଶକ୍ରମେ ରବିବାର ଆଡଭୋକେଟ କମିସନରଙ୍କ ନେତୃତ୍ବରେ ସର୍ଭେ ଟିମ୍‌ ସେଠାରେ ସର୍ଭେ କାର୍ଯ୍ୟ କରିବାକୁ ପହଞ୍ଚିଥିଲେ। ଏହି ସମ୍ବାଦ ପ୍ରସାରିତ ହେବାପରେ ସହସ୍ରାଧିକ ଲୋକ ସେଠାରେ ଏକତ୍ର ହୋଇ ପୁଲିସ ଓ ସର୍ଭେ ଟିମ୍‌କୁ ମସଜିଦ ମଧ୍ୟରେ ପ୍ରବେଶ କରିବାରୁ ଅଟକାଇଥିଲେ। ଫଳରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ସ୍ଥିତି ସମ୍ଭାଳିବାକୁ ପୁଲିସ ପ୍ରଥମେ ମୃଦୁ ଲାଠିଚାଳନା କରିଥିବାବେଳେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ତେବେ ସ୍ଥିତି ଅଧିକ ଜଟିଳ ହେବା​‌େ​‌ର ଲାଗିଥିଲା। ଲୋକଙ୍କ ଭିଡ ବଢିବା ସହ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପ୍ରବଳ ଟେକାପଥର ମାଡ କରିଥିଲେ। ଫଳରେ ଉତ୍ତ୍ୟକ୍ତ ଜନତାଙ୍କୁ କାବୁ କରିବା ପାଇଁ ପୁଲିସକୁ ଗୁଳିଚାଳନା ଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଥିଲା। ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି। ଜନତାଙ୍କ ଆକ୍ରମଣରେ ୩୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ହିଂସା ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ଭଲ ଏସ୍‌ପି କୃଷ୍ଣ କୁମାର ବିଷ୍ଣୋଇ କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଦୁଇ ବିବାଦୀୟ ଗୋଷ୍ଠୀ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମସଜିଦ ସପକ୍ଷବାଦୀ ଗୋଷ୍ଠୀ କହିଛନ୍ତି ଯେ ସର୍ଭେ କାର୍ଯ୍ୟକୁ ଅନୁମତି ଦିଆଯିବା ଫଳରେ ପୂଜାର୍ଚ୍ଚନା ଆଇନ ୧୯୯୧କୁ ଉଲ୍ଲଘଂନ କରାଯାଉଛି। ପିଟିସନକାରୀ ଅଭିଯୋଗ କରିଛନ୍ତି ଯେ ୧୫୨୯ରେ ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମିତ ହୋଇଥିଲା ବୋଲି ଐତିହାସିକ ପ୍ରମାଣ ରହିଛି। ତେଣୁ ସର୍ଭେ ଜରିଆରେ ଏହି ସତ୍ୟ ସାମନାକୁ ଅଣାଯିବା ଜରୁରୀ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ରାଜନୈତିକ ମହଲରେ ମଧ୍ୟ ତିକ୍ତତା ଦେଖାଦେଇଛି। ସଦ୍ୟ ସମାପ୍ତ ବିଧାନସଭା ଉପନିର୍ବାଚନରେ ହୋଇଥିବା ଜାଲିଆତିରୁ ଲୋକଙ୍କ ଧ୍ୟାନ ହଟାଇବାକୁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଜାଣିଶୁଣି ହିଂସା ସୃଷ୍ଟି କରିଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories