ବାଲିଯାତ୍ରାରେ ସମ୍ବଲପୁରୀଆ ବାବୁଙ୍କ ଜଲଓ୍ବା : ଧୂମ ଧଡ଼କ ସଙ୍ଗୀତର ଯାଦୁରେ ମତୁଆଲା ହେଲେ ଦର୍ଶକ
କଟକ: ମନ କିଣିଲେ ମଣ୍ଟୁ ଛୁରିଆ। କଟକ ଐତିହାସିକ ବାଲିଯାତ୍ରା ର ଅଷ୍ଟମ ସନ୍ଧ୍ୟାଥିଲା ବେଶ ରୋମାଞ୍ଚକର । ଦର୍ଶକ ଙ୍କ ମଧ୍ୟରେ ସମ୍ବଲପୁରୀ ସଙ୍ଗୀତ ର ସ୍ୱାଦ ଭରିଥିଲେ ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆ । ନିଜର ଧୂମ ଧଡ଼କ ସଙ୍ଗୀତ ର ଯାଦୁ ରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ବୈଷ୍ଣବ ପାଣି ମଞ୍ଚ ରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ସେ। ଲାଲ ଟହ ଟହ , ରାନୀ ଗୁରି , ଲାଲ ଗୁଲବୀ , ରସିଆ ପିଲା , ଜିଗର ଵାଲା ଓ ନଗିନ ଗୀତ ଗାଇ ବାଲିଯାତ୍ରା ର ଅଷ୍ଟମ ଶୀତୁଆ ସନ୍ଧ୍ୟା କୁ ସରଗରମ କରିଦେଇଥିଲେ ମଣ୍ଟୁ ଛୁରିଆ। ତେବେ ମଣ୍ଟୁ ଙ୍କ ମତରେ , ବାଲିଯାତ୍ରା ରେ ଦ୍ୱିତୀୟ ଥର ପ୍ରୋଗ୍ରାମ କରିବାର ସୌଭାଗ୍ୟ ଭଗବାନ ଙ୍କ ଦୟାରୁ ମିଳିଛି । ବାଲିଯାତ୍ରା କୁ ଆସିବାକୁ ସମସ୍ତ ଙ୍କର ଇଛା ଥାଏ। ଏପରିକି ଏହି ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶମେଳା ବିଷୟରେ ସାରା ବିଶ୍ୱ ଅବଗତ । ଏହି ବାଲିଯାତ୍ରା ରେ ଲକ୍ଷାଧିକ ଦର୍ଶକ ଙ୍କ ଆଗରେ ଗାଇବା ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ। ତେଣୁ କଟକବାସୀ ଦେଉଥିବା ଏହି ଭଲ ପାଇବା ସବୁ ଦିନ ପାଇଁ ମୋ ସହ ରହୁ ବୋଲି କହିଛନ୍ତି ସମ୍ବଲପୁରିଆ ବାବୁ ।
Comments are closed.