www.samajalive.in
Saturday, December 13, 2025
21.1 C
Bhubaneswar

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଖଡିପଦା ପଞ୍ଚାୟତର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ହେଲେ ସେହି ପଞ୍ଚାୟତ କଞ୍ଜିଆପାଳ ଗ୍ରାମର ପାଗଳା ଦାସ (୫୫) ବର୍ଷ। ଯାହାକୁ ପୋଲିସ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ; କାଞ୍ଜିଆପାଳ ଗ୍ରାମର ପାଗାଳା ଦାସ ଗତ ୧୫ ତାରିଖ ଶୁକ୍ରବାର ଦିନ ୪ବର୍ଷର ଶିଶୁକୁ ଇଟାଭାଟି ଆଡ଼ୁଆଳକୁ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶିଶୁଟି କାନ୍ଦି କାନ୍ଦି ଜାଇ ନିଜ ମା ପାଖରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ପ୍ରଘଟ ହେବା ପରେ ପାଗଳା ଦାସ ଗ୍ରାମ ଲୋକଙ୍କ ସାହାଯ୍ୟରେ ଶିଶୁର ପାରିବାର ଉପରେ ଚାପ ପକାଇ ରଫା ଦଫା କରିବାକୁ ଚେଷ୍ଟା କରିଥିଲା।

- Advertisement -

ଏଥିରେ ଶିଶୁର ପରିବାର ଲୋକେ ଭୟଭୀତ ଥିବାରୁ ଥାନାକୁ ଜଣାଇ ପାରୁନଥିଲେ। ତେବେ ଦୀର୍ଘ ୭ଦିନର ବ୍ୟବଧାନ ପରେ ଅର୍ଥାତ ୨୧ତାରିଖ ଗୁରୁବାର ଦୀନ କୌଶଳ କ୍ରମେ ଶିଶୁର ବାପା ମା ଶିଶୁଟିକୁ ଧରି ଧାମନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ୫୦୮/୨୪ ରେ ଏକ ମାମଲା ରୁଜୁ କରି ପାଗଳା ଦାସଙ୍କୁ ଥାନାକୁ ଆଣି ଅଟକ ରଖିଥିବା ସୂଚନା ମିଳଛି। ଅନ୍ୟପକ୍ଷେ ପାଗଳା ଦାସ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories