www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଥମ ଟେଷ୍ଟ: ଭାରତ ୧୫୦ରେ ଅଲଆଉଟ, ଅଷ୍ଟ୍ରେଲିଆ ୫୯/୭

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହୋଇଛି। ଖେଳର ପ୍ରଥମ ଦିନରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ ହୋଇଯାଇଥିବାବେଳେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୫୯ ରନରେ ୭ ଉଇକେଟ ହରାଇସାରିଛି।

ପ୍ରଥମ ପାଳିରେ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ବିଦେଶ ମାଟିରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ଭାରତ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା। ଜୋଶ ହାଜେଲଉଡ ଘାତକ ବୋଲିଂ କରି ସର୍ବାଧିକ ୪ ଉଇକେଟ ନେଇଥିଲେ। ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍‌ସ ଏବଂ ମିଚେଲ ମାର୍ଶ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତ ପକ୍ଷରୁ ନିତିଶ କୁମାର ରେଡ୍ଡୀ ସର୍ବାଧିକ ୪୧ ରନ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ୩୭ ଏବଂ କେ.ଏଲ. ରାହୁଲ ୨୬ ରନ କରିଥିଲେ।

- Advertisement -

ଭାରତର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରିପାରି ନ ଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ। ୨୪ ଓଭର ମଧ୍ୟରେ ଦଳ ୫୯ ରନ କରିଥିବାବେ​‌ଳେ ୭ ଉଇକେଟ ହରାଇସାରିଥିଲା। ବୁମରା ୪ ଏବଂ ସିରାଜ ୨ଟି ଉଇକେଟ ନେଇଥିଲେ। ହର୍ସିତ ରାଣା ଗୋଟିଏ ଉଇକେଟ ହାସଲ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories