www.samajalive.in
Sunday, December 14, 2025
26.1 C
Bhubaneswar

ଗଲ୍ଫ ଚମ୍ପିଆନସିପରେ ଚମକିଲେ ଓଡ଼ିଆ ଝିଅ କଶିକା ମିଶ୍ର

ଭୁବନେଶ୍ବର : ଓଡ଼ିଆ ଝିଅ କଶିକା ମିଶ୍ର ସମ୍ମାନଜନକ ଇଣ୍ଡିଆନ ଗଲ୍ଫ ୟୁନିୟନ୍ ଚମ୍ପିଆନସିପରେ ସମସ୍ତ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଛନ୍ତି । ଇଣ୍ଡିଆନ ଗଲ୍ଫ ୟୁନିୟନ (ଆଇଜିୟୁ) ପକ୍ଷରୁ ଜେପି ଗ୍ରୀନ୍ସ ଠାରେ ଅନୁଷ୍ଠିତ ଉତ୍ତର ଭାରତ ମହିଳା ଓ ଜୁନିୟର ଗାର୍ଲ୍ସ ଚମ୍ପିଆନସିପରେ ପ୍ରତ୍ୟେକ ବର୍ଗରେ ସର୍ବୋଚ୍ଚ ପଏଣ୍ଟ ହାସଲ କରି ଚମ୍ପିଆନ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ବିଷୟ ହେଲା ୧୭ ବର୍ଷ ବୟସ ହୋଇ ମଧ୍ୟ କଶିକା ସିନିୟର ବିଭାଗରେ ମଧ୍ୟ ଚମ୍ପିଆନ ହୋଇଛନ୍ତି । ଆଇଜିୟୁ ପକ୍ଷରୁ ପ୍ରତି ବର୍ଷ ହାରାହାରି ଅନୁଷ୍ଠିତ ୯ଟି ପ୍ରତିଯୋଗିତା ମାଧ୍ୟମରେ ଗଲ୍ଫ ଖେଳାଳୀଙ୍କ ମଧ୍ୟରେ ନ୍ୟାସନାଲ ରାଙ୍କିଂ ନିର୍ଦ୍ଧାରଣ କରାଯାଇଥାଏ ।

- Advertisement -

ପୂର୍ବରୁ ରନର୍ସଅପ୍ ଥିବା ମନ୍ନତ ବ୍ରାରଙ୍କୁ ୪ଟି ଷ୍ଟ୍ରୋକରେ ହରାଇ କଶିକା ଚମ୍ପିଆନସିପରେ ସର୍ବୋଚ୍ଚ ପୁରସ୍କାର ଲାଭ କରିଛନ୍ତି । ଏହା ଦ୍ବାରା ବିଶ୍ବ ଆମେଚ୍ୟୁୟର ଗଲ୍ଫ ରାଙ୍କିଂରେ ନିଜର ସ୍ଥାନ ଅଧିକାର କରିବା କ୍ଷେତ୍ରରେ କଶିକା ହେଉଛନ୍ତି ପ୍ରଥମ ଗଲ୍ଫ ଖେଳାଳୀ । ପୂର୍ବରୁ ଜାତୀୟ କ୍ରୀଡାରେ ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବା ସହ ତାଇଓ୍ବାନ, ଥାଇଲାଣ୍ଡ ଓ ମାଲେସିଆରେ ଅନୁଷ୍ଠିତ ଗଲ୍ଫ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ । ବର୍ତ୍ତମାନ କଶିକା ଭାରତର ସର୍ବୋଚ୍ଚ ୫ ଆମେଚ୍ୟୁୟର ଗଲ୍ଫ ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଯାଉଛନ୍ତି । ସେ ଭୁବନେଶ୍ବର ଗଲ୍ଫ କ୍ଲବ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ ପକ୍ଷରୁ କ୍ରୀଡା ଜାରି ରଖିଛନ୍ତି । ଏହି ବିରଳ କୃତିତ୍ବ ହାସଲ କରିବାରେ କଶିକା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ଏହା ସହ ତାଙ୍କର ପିତାମାତାଙ୍କ ପ୍ରୋତ୍ସାହନ ସହିତ ଭୁବନେଶ୍ବର ଗଲ୍ଫ କ୍ଲବର ପ୍ରଶିକ୍ଷକ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ସେନାରେ ତାଙ୍କର ପିତା ଜଣେ ବ୍ରିଗେଡିୟର । କଶିକା ଗୁରୁଗ୍ରାମରେ ରହି ତାଙ୍କର ଗଲ୍ଫ କ୍ରୀଡା ଜାରି ରଖିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories