www.samajalive.in
Wednesday, December 10, 2025
26.1 C
Bhubaneswar

ମାଲି ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କୃତ

ଡେସ୍କ: ଦେଶର ସାମରିକ ଶାସନକୁ ସମାଲୋଚନା କରିବାର କିଛି ଦିନ ପରେ ମାଲିରେ ପ୍ରଧାନମନ୍ତ୍ରୀ ଚୋଗୁଏଲ ମାଇଗାଙ୍କୁ ଶାସକ ଜୁନ୍ତା ପଦବୀରୁ ବହିଷ୍କାର କରିଛି। ଗତକାଲି ସେଠାକାର ସରକାରୀ ଟେଲିଭିଜନରେ ଏହି ବିଷୟ ପ୍ରସାରିତ ହୋଇଛି। ଗଣତନ୍ତ୍ର ପୁନସ୍ଥାପନ କରିବା ଏବଂ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ନିର୍ବାଚନ ଆୟୋଜନ କରିବାରେ ଶାସକ ଜୁନ୍ତା ବିଫଳ ହୋଇଥିବାରୁ ଚୋଗୁଏଲ ମାଇଗା ସମାଲୋଚନା କରିଥିଲେ। ଜେନେରାଲ ଅସିମି ଗୋଇତା ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ପଦରେ ରହିଥିବାରୁ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ବୋଲି ମାଇଗା ଅଭିଯୋଗ କରିଛନ୍ତି। ଜେନେରାଲ ଗୋଇତାଙ୍କ ନେତୃତ୍ବାଧୀନ ଜୁନ୍ତା ୨୦୨୦ ଓ ୨୦୨୧ରେ ଲଗାତାର ବିଦ୍ରୋହ ପରେ ମାଲିର କ୍ଷମତା ହାତକୁ ନେଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories