www.samajalive.in
Friday, December 5, 2025
23.1 C
Bhubaneswar

ଗାଁ ଗାଁ ବୁଲି ବ୍ୟବସାୟ କରି ଘରକୁ ଫେରୁଥିଲେ ସ୍ବାମୀ ସ୍ତ୍ରୀ, ଟ୍ରେନ ଧକ୍କାରେ ମୃତ୍ୟୁ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ରେଳଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁ ପାଟଣା ଗାଁ ନିକଟରେ ବୁଧବାର ସକାଳେ ରେଳ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ -ବିଶାଖାପାଟଣା ଡିଏମ ୟୁ ଟ୍ରେନ ଧକ୍କାରେ ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ବୁର୍ଜା ଗ୍ରାମର ବୁରୁଷ ଖରା ଓ ଯମୁନା ଖରା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଉଭୟେ ସ୍ୱାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ୟବସାୟ କରନ୍ତି। ବୁଧବାର ସକାଳେ ଦୁହେଁ ନିକଟସ୍ଥ ଭୂଇଁ ପାଟଣା ଗାଁକୁ ଯାଇ ବ୍ୟବସାୟ କରି ଘରକୁ ଫେରୁଥିଲେ। ଭୂଇଁ ପାଟଣା ଗାଁ ସମ୍ମୁଖରେ ଯାଇଥିବା ରେଳ ଧାରଣା ପାର ହେଉଥିବା ବେଳେ ସକାଳ ପ୍ରାୟ ୯.୪୫ରେ ରାୟଗଡା ପଟୁ ଏକ ମାଲବାହୀ ରେଳ ଆସୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ଧାରଣାରେ କୋରାପୁଟ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଆସିଥିଲା। ତେବେ ହଡବଡେଇ କେଉଁ ଆଡ଼କୁ ଯିବେ ସ୍ଥିର କରି ପାରିନଥିଲେ। ଫଳରେ କୋରାପୁଟ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଉଭୟଙ୍କୁ ଧକ୍କା ଦେଇ କିଛି ଦୂରକୁ ଘୋଷାଡ଼ି ନେଇଥିଲା। ଯାହା ଫଳରେ ଉଭୟଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ଯମୁନାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ପରେ ରେଳ ଚାଳକ ସିଙ୍ଗାରାମ ଷ୍ଟେସନରେ ଖବର ଦେଇଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

- Advertisement -

ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚିଛି ଥିଲା। ଖବର ପାଇ ପରିବାର ଲୋକଙ୍କ ସହିତ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିଜନ ମାନେ ମୃତଦେହକୁ ନେଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories