ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଡ କରିବାକୁ ଏମିତି ଉପାୟ ବାହାର କଲେ ଯୁବକ, ଫଟୋ ଭାଇରାଲ

ନୂଆଦିଲ୍ଲୀ : ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପରଠୁ ଯୁବପିଢି ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି । ତେବେ କେବଳ ଆଗ୍ରହ ଥିଲେ ହେବନି, ଏଥିପାଇଁ ପୁଞ୍ଜି ମଧ୍ୟ ଆବଶ୍ୟକ । ଆଉ ଏମିତି ଏକ ସମସ୍ୟାର ସମାଧାନ ବାହାର କରିଛନ୍ତି ଜଣେ ଯୁବ ଅଟୋ ଚାଳକ । ତାଙ୍କ ପାଖରେ ବ୍ୟବସାୟ ପାଇଁ ଏକ ଦମଦାର ଉପାୟ ଅଛି, କିନ୍ତୁ ପାଖରେ ମୂଳ ପୁଞ୍ଜି ନାହିଁ । ଆଉ ଏଥିପାଇଁ ସେ ଅଟୋ ଚଳାଉଛନ୍ତି । କିନ୍ତୁ ପୁଞ୍ଜି ସଂଗ୍ରହ ପାଇଁ ସେ ନିଜ ଅଟୋରେ ଏକ ପୋଷ୍ଟର ମାରିଦେଇଛନ୍ତି ଯାହା ଯାତ୍ରୀଙ୍କ ଧ୍ୟାନ ଆକର୍ଷଣ କରୁଛି ।

ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେଉଛି । ଫଟୋଟି ବେଙ୍ଗାଲୁରୁର ବୋଲି ଜଣାପଡିଛି । ଏଥିରେ ଜଣେ ଯୁବକ ଅଟୋ ଚଳାଉଛନ୍ତି । ପଛରେ ଯାତ୍ରୀଙ୍କ ଠିକ୍ ସାମ୍ନାରେ ଏକ ପୋଷ୍ଟର ମରାଯାଇଛି ଯେଉଁଥିରେ ଲେଖାଯାଇଛି କି ‘ଯାତ୍ରୀଗଣ, ମୋ ନାଁ ସାମୁଲେଇ । ମୁଁ ଗ୍ରାଜୁଏଟ୍ ଏବଂ ମୁଁ ମୋ ଷ୍ଟାର୍ଟଅପ୍ ପାଇଁ ପୁଞ୍ଜି ଯୋଗାଡ କରିବାକୁ ଯୋଜନା କରୁଛି । ଯଦି ଆପଣ ଆଗ୍ରହୀ ତେବେ ମୋ ସହିତ ଆଲୋଚନା କରନ୍ତୁ । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Comments are closed.