www.samajalive.in
Monday, December 8, 2025
13.1 C
Bhubaneswar

ଉପଜିଲାପାଳଙ୍କର ମାଳ ମାଳ କୋଠା

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ପଡ଼ିଥିବା ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କର ରହିଛି ମାଳ ମାଳ କୋଠା। ସୋମବାର ଭିଜିଲାନ୍ସ ଚଢ଼ାଉ ବେଳେ ଏକାଧିକ ସ୍ଥାନରେ ତାଙ୍କର ବଡ଼ ବଡ଼ କୋଠା ରହିଥିବା ସାମ୍ନାକୁ ଆସିଛି। ଭୁବନେଶ୍ଵରରେ ରହିଛି ଏକ ମହଲା କୋଠା। ଏହାବ୍ୟତୀତ ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ଜଣାପଡ଼ିଛି। ଅନ୍ୟପଟେ ଉପଜିଲାପାଳଙ୍କ ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ। ଭଦ୍ରକ ଓ ମୟୂରଞ୍ଜରେ ରହିଥିବା ସମ୍ପର୍କୀୟଙ୍କ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗ ହୋଇଥିଲା। ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ ଆରମ୍ଭ ହୋଇଛି। ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ ସୋମବାର ଭୋରୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories