www.samajalive.in
Thursday, December 11, 2025
13.1 C
Bhubaneswar

ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ଆନ୍ତଃ ଏମଇ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ ଚାମ୍ପିୟନ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ସିଂହପାଲି-କାଈଁଶୀର ଖେଳ ପଡ଼ିଆ ଠାରେ ଶନିବାର ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ଆନ୍ତଃ ଏମ.ଇ. ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।

ପ୍ରଥମ ଦିବସରେ ୮ଟି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଆଜି ୪ଟି କ୍ୱାଟର ଫାଇନାଲ, ୨ଟି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଖେଳ ଅମିମାଂସିତ ରହିବାରୁ ଟାଇବ୍ରେକର ପଦ୍ଧତିରେ ଦିଲ୍ଲୀ ପବ୍ଲକି ସ୍କୁଲ ଦଳ ୪-୩ ଗୋଲରେ ବିକାଶ ସ୍କୁଲ ଦଳକୁ ହରାଇ ଚଳିତ ବର୍ଷର ବିଜେତା ହୋଇଥିଲା। ଏଥି ସହ ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର କର ଓ କିରଣ ଶଙ୍କର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମ୍ୟାନ ଅଫ ଦି ମ୍ୟାଚ ବିକାଶ ସ୍କୁଲର ରୋହିତ ନାଏକ ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଦିଲ୍ଲୀ ପବ୍ଲିକ ସ୍କୁଲର ସତ୍ୟମ ନାୟକଙ୍କୁ ପ୍ରଦାନ କରାଯାଇଛି।

- Advertisement -

ଆଜି ହୋଇଥିବା ଖେଳ ଗୁଡିକୁ ଶାନ୍ତା ରନବିଡା, ମଥୁରା ଓରାମ, ଜଗେନ୍ଦ୍ର ଓରାମ, ଜଲେନ୍ଦ୍ର ଓରାମ ଓ ବିଭୁତି ମିର୍ଦ୍ଧା ପ୍ରମୁଖ ରେଫରୀ ରୂପେ ପରିଚାଳନା କରିଥିଲେ। ବିଗତ ୨ ଦିନ ଧରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦଳ ଯଥା କାଈଁଶୀର, ସେନ୍ଟଜନ ପବ୍ଲିକ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ ବୃକ୍ସହିଲ, ଜମାଦାରପାଲି ଆଶ୍ରମ ସ୍କୁଲ, ବିକାଶ ସ୍କୁଲ, ନିର୍ଗୁଣପଡା ସରକାରୀ ବିଦ୍ୟାଳୟ, ବରେଇପାଲି ସରକାରୀ ବିଦ୍ୟାଳୟ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଓ ଖେଳ ଗୁଡିକୁ ସଂଘର ସଭାପତି ଗୋକୁଳ ଚନ୍ଦ୍ର ଦର୍ଜି, ସମ୍ପାଦକ ସଦାଶିବ ପୁରୋହିତ ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories