www.samajalive.in
Friday, December 12, 2025
23.1 C
Bhubaneswar

ରାମଲୀଳା ଶ୍ରୀରାମ ଚରିତ୍ର କଳାକାରଙ୍କ ପରଲୋକ

ଆଠଗଡ : ଆଠଗଡର ସର୍ବପୁରାତନ ଶ୍ରୀ ରଘୁନାଥ ରାମଲୀଳା ନାଟ୍ୟ ସଂଘର ରାମଲୀଳାରେ ଶ୍ରୀରାମ ଭୂମିକାରେ ଦୀର୍ଘ ବର୍ଷ ଅଭିନୟ କରିଥିବା ସୁନାମଧନ୍ୟ କଳାକାର ଧନେଶ୍ଵର ଜେନା(୮୦)ଙ୍କ ପରଲୋକ ଘଟିଛି । ଅସୁସ୍ଥ ଥାଇ ନିଜ ପଦ୍ମସାହି ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଜେନାଙ୍କର ସନ୍ଧ୍ୟା ସାଢେ ଛ’ ଟାରେ ବିୟୋଗ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସମସ୍ତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ।  ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂଘର ଉପସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା, କର୍ମକର୍ତ୍ତା ପ୍ରଦୀପ୍ତ ଦାସ, ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ସମେତ ଅନ୍ୟ ବହୁ ବ୍ୟକ୍ତିବିଶେଷ ଶେଷଦର୍ଶନ କରିବା ସହିତ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କର ଶେଷ ଇଛା ଅନୁଯାୟୀ ତାଙ୍କ ମରଶରୀରକୁ ରାମଲୀଳାର ଶ୍ରୀରାମଙ୍କ ପୋଷାକ ପିନ୍ଧାଇ ଦିଆଯାଇଥିଲା । ଆଠଗଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବଳେ ବଡପୁଅ  ସୁଶାନ୍ତ ମୁଖାଗ୍ନି ଦେଇଥିଲେ ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories