www.samajalive.in
Monday, December 8, 2025
13.1 C
Bhubaneswar

ପାଠ ପଢାଇବ ଏ.ଆଇ ଶିକ୍ଷକ, ବୋଷ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସଫଳତା

ଡେସ୍କ: ଏ.ଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯାହାକୁ ଆମେ କୃତ୍ରିମ ବୁଦ୍ଧିମତା କହିଥାଉ, ତାହା କେବଳ ଯେ ତଥ୍ୟ ଆଦାନପ୍ରଦାନ ଓ ଚିତ୍ର ଅଙ୍କିବା ଭଳି କାର୍ଯ୍ୟ କରିଥାଏ ତାହା ନୁହେଁ, ଏବେ ଏ.ଆଇ ଶିକ୍ଷକ ହୋଇ ପାଠ ପଢାଇବ। ଏମିତି କିଛି କରି ଦେଖାଇଛନ୍ତି କଟକ ବୋଷ ଇଞ୍ଜିନିଅରିଂ କଲେଜର ଇଲେକ୍ଟ୍ରୋନିକ ଆଣ୍ଡ ଟେଲି କମିନୁକେସନ ବିଭାଗର ୩ ଜଣ ଛାତ୍ର। ଏହି ଏ.ଆଇ ଶିକ୍ଷକର ନାଁ ରହିଛି ‘ପିଆଇ ରୋବଟ’।


ଏହି ପିଆଇ ରୋବଟ ଖୁବ ଶୀଘ୍ର ବିଭିନ୍ନ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଉଛି। ଏହି ରୋବଟକୁ ପ୍ରସ୍ତୁତ କରିବା ଲାଗି ୬ ମାସ ସମୟ ଲାଗିଛି। ବୋଷ କ୍ୟାମ୍ପସ ମଧ୍ୟରେ ଥିବା ଇନୋଭେସନ୍ ସେଣ୍ଟରରେ ଏହା ପ୍ରସ୍ତୁତ କରାଯାଇଥିବା ସମ୍ପୃକ୍ତ ଛାତ୍ରମାନେ କହିଛନ୍ତି। କୋଚିଂ ବା ପ୍ରୋଗ୍ରାମିଂକୁ ଆଧାର କରି ଏହି ରୋବଟକୁ ଆକ୍ଟିଭେଟ କରିଛନ୍ତି ଇଲୋକ୍‌ଟ୍ରୋନିକ୍ସ ଆଣ୍ଡ୍ ଟେଲି କମ୍ୟୁନିକେସନ୍’ ବିଭାଗ ଡିପ୍ଲୋମା ଶେଷ ବର୍ଷର ୩ ଛାତ୍ର। ରୋବଟରେ ଗୋଟିଏ ଡିସ୍‌, ଲିଥିୟମ୍ ବ୍ୟାଟେରୀ ଓ ଅତ୍ୟାଧୁନିକ ମୋଟର ଲାଗିଛି। ବିଭିନ୍ନ ବିଷୟର ପ୍ରୋଗ୍ରାମିମଂ ଆଡ଼ ହେଇଥିବାରୁ ଗଣିତ, ବିଜ୍ଞାନ, ମହାକାଶ ବିଜ୍ଞାନ ଓ ସାଧାରଣ ଜ୍ଞାନ ଆଦି ବିଷୟ ସଂପର୍କରେ ଯାହା ବି ପ୍ରଶ୍ନ ପଚରାଯାଉଛି ତାହାର ନିର୍ଭୁଲ ଉତ୍ତର ଦେଉଛି ଏହି ଏଆଇ ରୋବୋଟ୍। ପରୀକ୍ଷାମୂଳକ ଏବେ ଶ୍ରେଣୀଗୃହରେ ଏହାର ପରୀକ୍ଷଣ ଜାରି ରହିଛି।

- Advertisement -


ବିଭାଗୀୟ ଅଧ୍ୟାପକ କହିଛନ୍ତି, ରୋବଟର ସମସ୍ତ କାର୍ଯ୍ୟ ଏଯାବତ ଶେଷ ହୋଇନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦୁଇ ହାତକୁ କାର୍ଯ୍ୟକ୍ଷମ କରାଯାଇଛି। ଏହାପରେ ବେକ, ପାଟି ଓ ଗୋଡ଼ କିପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗବେଷଣା ଜାରି ରଖିଛନ୍ତି ଏହି ୩ ଛାତ୍ର। ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ସ୍ଥାନ ଦିଆଗଲେ ଆଗମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ଅନେକ କିଛି ସୁଧାର ଆସି ପାରିବ ଓ ଗୁଗଲ ପରି ଏହି ରୋବଟ ଛାତ୍ରଛାତ୍ରୀଙ୍କୁ ଶିଖାଇବ ବୋଲି ସେ କହିଛନ୍ତି। ବୋଷର ଅଧ୍ୟକ୍ଷ ହୃଷିକେଶ ମହାନ୍ତି କହିଛନ୍ତି, ଏହି ଚିନ୍ତାଧାରା ମଣିଷଙ୍କୁ ହଟାଇ ରୋବଟର ପ୍ରବେଶ ନୁହେଁ ବରଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଚାପକୁ କମାଇ ପାରିବ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories