www.samajalive.in
Monday, December 8, 2025
13.1 C
Bhubaneswar

ଇଟାଲୀରୁ ଆସି ଓଡ଼ିଶା ବୁଲିଲେ ବର୍ଷା

କଟକ: ଜନ୍ମମାଟିର ମୋହରେ ଇଟାଲୀରୁ ଆସି ଓଡିଶା ବୁଲିଲେ ବର୍ଷା ।  ଇଟାଲୀରେ ରହି ମଧ୍ୟ ଓଡିଶା ଓ କଟକକୁ ଭୁଲି ନାହାଁନ୍ତି ବର୍ଷା । ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ଆକର୍ଷଣର ଛୁଟି ଆସିଛନ୍ତି ସୁଦୂର ଇଟାଲୀରୁ । ନାଁ ତାଙ୍କର ବର୍ଷା । ୨୦୧୨ ମସିହାରେ ଇଟାଲୀର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ବର୍ଷା ବର୍ତ୍ତମାନ ଇଟାଲୀରେ ଇଟାଲୀ ସରକାରଙ୍କ ସମାଜସେବା ବିଭାଗରେ ପ୍ରଫେସନାଲ କାଉନସେଲର ଭାବେ କାର୍ଯ୍ୟ କରୁଛନ୍ତି । ବିଶେଷକରି ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ୍ ଏବଂ ଟିଭି ଭଳି ଇଲେକଟ୍ରୋନିକ ଗ୍ୟାଜେଟ କବଳରୁ ମୁକ୍ତ କରି ନିଜ ଭିତରର ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଓଡ଼ିଶା ଆସିବା ଅବସରରେ ସେ ଆଜି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ କରି ନିଜ ପାଠପଢା, ବୃତ୍ତି ଏବଂ ଜନ୍ମଭୂମି ପ୍ରତି ତାଙ୍କର ଆକର୍ଷଣ ତଥା କର୍ତ୍ତବ୍ୟ ବିଷୟରେ ଆଲୋଚନା ସମୟରେ ବେଶ ଭାବପ୍ରବଣ ହୋଇଉଠିଥିଲେ । ଇତିମଧ୍ୟରେ ସେ କନ୍ଧମାଳ ମଧ୍ୟ ଯାଇ ବୁଲି ଆସିଛନ୍ତି । ଓଡ଼ିଶା ଆସିଥିବା ବର୍ଷା କୌଣସି ହୋଟେଲରେ ନରହି ବସୁନ୍ଧରାର ଅନ୍ତେବାସୀମାନଙ୍କ ସହ ରହିବାକୁ ଉଚିତ ମନେ କରିଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories