www.samajalive.in
Wednesday, December 10, 2025
14.1 C
Bhubaneswar

ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଓ ରସୁଣ ଦର, ବ୍ୟବସାୟୀ କହୁଛନ୍ତି..

ସମାଜ ଡିଜିଟାଲ ଡେସ୍କ: ପଞ୍ଚୁକରେ ପିଆଜ ଓ ରସୁଣର ବର୍ଦ୍ଧିତ ଦର ବଜାର ଖାଉଟିଙ୍କୁ ଚକିତ କରିଛି। ଧର୍ମମାସ କାର୍ତ୍ତିକର ପଞ୍ଚୁକ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ ହୋଇଥାଏ। ଏହାସତ୍ବେ ପିଆଜ ଓ ରସୁଣ ଦର ଆକାଶ ଛୁଆଁ ରହିଛି। କଟକ ଛତ୍ର ବଜାରରେ ପିଆଜ କିଲୋ ପ୍ରତି ୬୦ରୁ ୬୫ ଟଙ୍କାରେ ଖୁଚୁରାରେ ବିକ୍ରି ହେଉଛି। ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି ଓ ରସୁଣ ଦର ପାଖାପାଖି ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ। ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି। ଏହାକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ବ୍ୟବସାୟୀ କହିଛନ୍ତି, ଏବେ କେବଳ ଆନ୍ଧ୍ର ପିଆଜ ବଜାରରେ ଉପଲବ୍ଧ ଥିବାରୁ ଦର ଉଚ୍ଚା ରହିଛି ଓ କିନ୍ତୁ ଆଗାମୀ ୧୫ ଦିନ ମଧ୍ୟରେ ମହାରାଷ୍ଟ୍ରର ନାସିକରେ ପିଆଜ ଅମଳ ଆରମ୍ଭ ହୋଇଗଲେ ଦର କମିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories