www.samajalive.in
Sunday, December 14, 2025
26.1 C
Bhubaneswar

ମାଣ୍ଡିପଙ୍କାରେ ଜାତୀୟ ମାନବାଧିକାର ପ୍ରତିନିଧି ଦଳ; ବିଚାର ବିଭାଗୀୟ ତଦନ୍ତ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଫୁଲବାଣୀ/ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍ଗା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ଅସୁସ୍ଥ ହେବା ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଛନ୍ତି ଜାତୀୟ ମାନାବାଧିକାର କମିଶନଙ୍କ ପ୍ରତିନିଧି ଦଳ। ଏହି ଦଳରେ ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଜାତୀୟ ମାନବାଧିକାର ଆୟୋଗର କୋର କମିଟି ସଦସ୍ୟ ମନୋଜ ଜେନା, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, କନ୍ଧମାଳ ଜିଲ୍ଲା ସଂଯୋଜକ ବିକ୍ରମ ବସ୍ତି ରାୟ ପ୍ରମୁଖ ସାମିଲ ଥିଲେ। ସେମାନେ ପୀଡ଼ିତ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେବା ସହ ସ୍ଥାନୀୟ ଲୋକଙ୍କୁ ଓ କ୍ଷତିଗ୍ରସ୍ତ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ଦାରିଦ୍ର‌୍ୟ ଓ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଇବା ଘଟଣାକୁ ଏହା ପୁନର୍ଜୀବିତ କରିଛି । ଗତ ଅକ୍ଟୋବର ୩୦ ସୁଦ୍ଧା ସେମାନଙ୍କୁ ବିପିଏଲ୍ କାର୍ଡ଼ରେ ଚାଉଳ ମିଳି ନ ଥିବାରୁ ଏହି ଦୁଃଖଦ ଘଟଣା ଘଟିଲା। ନୂଆ ସରକାର ରାଜ୍ୟରେ ଆସିବା ପରେ, ବିପିଏଲ୍ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରାଯାଇଥିବାରୁ ଉକ୍ତ ପରିବାର ଏଭଳି ଦୁଃଖଦ ଘଟଣାର ଶିକାର ହେଲେ। ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ସଂପୂର୍ଣ ଦାୟୀ ବୋଲି ଶ୍ରୀ ତ୍ରିପାଠୀ, ଶ୍ରୀଜେନା ଓ ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ଅବହେଳା ପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଘଟଣାକୁ ଚାପି ଦେବା ପାଇଁ ଏକ ହୀନ ଉଦ୍ୟମ ବୋଲି ଶ୍ରୀ ଜେନା କହିବା ସହ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲ୍ଲା ଓ ବ୍ଲକ ପ୍ରଶାସନର ଅବହେଳା ବିରୋଧରେ ମାମଲା ରୁଜୁ ହୋଇଥିବା କହିଛନ୍ତି।

ଅନ୍ୟପକ୍ଷରେ ଏହି ଟିମ୍ ମାଣ୍ଡିପଙ୍କାରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆରଡିସି  ତଦନ୍ତ ସାରି ଘଟଣାସ୍ଥଳରୁ  ଫେରିଯାଇଥିଲେ। ଆରଡିସି ଲୋକଙ୍କ ଦୁଃଖର କଥା ବୁଝିଲେ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀ ତ୍ରିପାଠୀ । ପ୍ରକୃତ ସତ୍ୟକୁ ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories