www.samajalive.in
Tuesday, December 9, 2025
19.1 C
Bhubaneswar

ଅଗ୍ନିକାଣ୍ଡରେ ମା ଓ ଝିଅ ମୃତ, ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରର ସଦର ଥାନା ଅନ୍ତର୍ଗତ ମାନେଶ୍ୱରର ହାଟପଦା ଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ବରିଷ୍ଠ ମହିଳା ଓ ତାଙ୍କର ଝିଅ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତ୍ରିରେ ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କର ମାଁ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁଁ ସ୍ନେହଲତା ଶଯ୍ୟଶାୟୀ ରହିଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାର ଘର ମଧ୍ୟରେ ନିଆଁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କର ଭାଇଙ୍କୁ ଖବର ଦେଇଥିଲେ। ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ। ତେବେ ସୈରେନ୍ଦ୍ରୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟ ଏକ କୋଠରୀରେ ଶୋଇଥିବା ତାଙ୍କର ମା ସ୍ନେହଲତାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ଏ ନେଇ ମୃତକ ଶିକ୍ଷୟତ୍ରୀଙ୍କ ଭଉଣୀ ଏହା ସମ୍ପତ୍ତି ଓ ଜମି ପାଇଁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତ୍ରିରେ ଆମେ ଶୋଇଥିବା ବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବାର ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲୁ। ମୋର ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତୀହୀନ ଅଟେ। ମୋତେ ମୋର ଭାଗର ଜମି ଦିଆଯାଇଥିଲା। ମା ମଧ୍ୟ ଜମି ରଖିଥିଲେ। ମୁଁ ବାପାଙ୍କ ସମସ୍ତ କ୍ରିୟାକର୍ମ କରିଛି। ମୋର ବଡ ଭଉଣୀ ସହିତ ଆମର ସମ୍ପର୍କ ଭଲ ଥିଲା ବୋଲି ଜଗନ୍ନାଥ କହିଛନ୍ତି। ଏ ସମ୍ପର୍କରେ ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ମହିଳା ଥାନାଧିକାରୀ ସାବିତ୍ର ବଳ କହିଛନ୍ତି। ପୁଲିସ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛି। ଏହା ଯୋଜନାବଦ୍ଧ ଷଡଯନ୍ତ୍ର କରି ହତ୍ୟା ନା ଅନ୍ୟ କିଛି କାରଣ ରହିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ତେବେ ପୁଲିସ ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଛି ବୋଲି ଅଧିକାରୀ ଶ୍ରୀମତୀ ବଳ କହିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories