ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ତଦନ୍ତ ଆରମ୍ବ
ଫୁଲବାଣୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ରୂପା ରୋଶନ ସାହୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମ ପରିଦର୍ଶନ କରିଛନ୍ତି। ସେଠାରେ ପୀଡିତ ପରିବାରର ସଦସ୍ୟ ଏବଂ ଗ୍ରାମବାସୀଙ୍କ ମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ସେ ବ୍ରାହ୍ମଣୀଗାଁ ବହୁମୁଖୀ ସମବାୟ ସମିତି ଅଫିସ ପରିଦର୍ଶନ କରି ଚାଉଳ ବଣ୍ଟନ ସମ୍ବନ୍ଧୀୟ ବିଭିନ୍ନ ରେଜିଷ୍ଟର ଦେଖିଥିଲେ ଓ ଅଧିକାରୀ ତଥା ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ। ଆମ୍ବ ଟାକୁଆ ସମ୍ବନ୍ଧିତ ଖାଦ୍ୟ ବିଷାକ୍ତିକରଣ ଜନିତ ମୃତ୍ୟୁର ପ୍ରାଥମିକ ତଦନ୍ତ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ଥିଲା। ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଦାରିଙ୍ଗବାଡି ବିଡ଼ିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Comments are closed.