www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣା ବନାଞ୍ଚଳରେ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଚାଷୀ 

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ଥମୁନି ହାତୀ ଆତଙ୍କ । ଏକ ୨୮ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀପଲ ପଦ୍ମପୁର ବାରଡାଙ୍ଗୁଆ ,କୋଡ଼ଖମଣ, ଅଙ୍ଗିକଳା, କଣ୍ଟିଆପଡ଼ା, ମାନପୁର, ବରୁଡ଼ିପଶି, ଚିଲିଦା ଆଦି ଗ୍ରାମରେ ଆତଙ୍କ ଖେଳାଇ ବ୍ୟାପକ ଧାନ ଚାଷ ମାଡିମକଚି ନଷ୍ଟ କରି ଦେଇଛନ୍ତି। ଏବେ ହାତୀପଲ ବାରଡାଙ୍ଗୁଆ ଚିଲିଦା ଗାଁ ନିକଟରେ ଘୁରି ବୁଲୁଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତରାତି ଏହି ପଦ୍ମପୁର ଗ୍ରାମରେ ଜଣଙ୍କର ଘର ଭାଙ୍ଗିଥିବା ସୂଚନା ମିଳିଛି। ଋଣ କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ଖିରେଇଟାଙ୍ଗିରି ବନରକ୍ଷୀ ଲକ୍ଷ୍ମୀପ୍ରିୟା ମହାନ୍ତ ଓ ବନବିଭାଗ ପାରା କର୍ମଚାରୀ ମାନେ ହାତୀ ପଲଙ୍କ ଉପରେ ନଜର ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories