www.samajalive.in
Sunday, December 14, 2025
14.1 C
Bhubaneswar

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଷ୍ଣୁ ମାତା ଆଦ୍ୟାଶକ୍ତି ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଷ୍ଣୁ ମାତା ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ଆଜି ସପ୍ତ ମାତୃକା ବେଶର ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ମା’ଙ୍କର ଜଗଦ୍ଧାତ୍ରୀ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା। ଜଗଦ୍ଧାତ୍ରୀ ବେଶରେ ମା’ଙ୍କର  ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିବା ବେଳେ ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିଲେ। ଦକ୍ଷିଣ ହସ୍ତ ଯୁଗଳରେ ଶଙ୍ଖ, ଚକ୍ର ଧାରଣ କରିଥିବା ବେଳେ ବାମ ହସ୍ତ ଯୁଗଳରେ ତ୍ରିଶୂଳ ଓ ଗଦା ଧାରଣ କରିଥିଲେ।

ବ୍ୟାଘ୍ର ବାହନରେ ବିରାଜମାନ କରି ମା’ ଭକ୍ତମାନଙ୍କୁ ଚତୁର୍ଦ୍ଧା ମୂର୍ତ୍ତିରେ ଦର୍ଶନ ଦେଇଥିଲେ। ମା’ ଜଗତକୁ ଧାରଣ କରିଛନ୍ତି, ସେ ପୋଷଣ କରୁଛନ୍ତି ପୁଣି ପାଳନ  ମଧ୍ୟ କରୁଛନ୍ତି । ସେ ଆଦି ପୁଣି ସେ ଅନାଦି, ସେ ଆରମ୍ଭ ପୁଣି ସେ ଅନନ୍ତ। ସୃଷ୍ଟିର ଜୀବ ଜଗତ, ପ୍ରାଣୀ ଜଗତ, ଉଦ୍ଭିଦ  ଜଗତ ସବୁଠି ତାଙ୍କର ଶକ୍ତି ଓ ସତ୍ତା ଅନୁଭୂତ ହୁଏ।  ଜଗଦ୍ଧାତ୍ରି ବେଶରେ ମା’ ଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଭକ୍ତ ବହୁ ଶକ୍ତିର ଅଧିକାରୀ ହୋଇଥାଏ ବୋଲି ବିଶ୍ବାସ ରହିଛି ।

- Advertisement -

ଶାସ୍ତ୍ର ମତାନୁସାରେ ଦେବତାମାନେ ମଧ୍ୟ ମାଙ୍କୁ ଜଗଦ୍ଧାତ୍ରୀ ରୂପରେ ପୂଜା କରି ଶକ୍ତି ପ୍ରାପ୍ତ ହୋଇଥାନ୍ତି। ମହାଯଜ୍ଞର ପଞ୍ଚମ ଦିବସରେ ପୀଠରେ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ର ରେ ଆହୂତି ସହିତ ଗୀତା ପାଠ, ଶତ ଚଣ୍ଡିପାଠ, ବେଦ ପାଠ ରେ ମା’ଙ୍କ ପୀଠ ପ୍ରକମ୍ପିତ ହେଉଛି।ସନ୍ଧ୍ୟା  ଆଳତି ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଭଜନ ସନ୍ଧ୍ୟା ରେ ଆଧ୍ୟାତ୍ମିକ ଭଜନ ଶ୍ରୋତା ମାନଙ୍କ ମନ ମୋହିଥିଲା। ମଙ୍ଗଳ ବାର ମା ଭକ୍ତ ମାନଙ୍କୁ ମହସରସ୍ଵତି ବେଶରେ ଦର୍ଶନ ଦେବାକୁ ଥିବା ବେଳେ ବୁଧବାର ମା’ ଙ୍କର୍ ମହାଲକ୍ଷ୍ମୀ ବେଶ ସହ ମହାଯଜ୍ଞ ର ପୂର୍ଣ୍ଣାହୁତି ହେବ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories