ବାସ୍‌ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..

ଜୀବନରେ ପେଙ୍ଗସୁଇ ଅନେକ ସକରାତ୍ମକ ଶକ୍ତି ଆଣିଥାଏ ବୋଲି ମାନ୍ୟତା ରହିଛି । ଏହା ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ । ବୈବାହିକ ଜୀବନରେ ସମସ୍ୟା ଥିଲେ, ଦମ୍ପତିଙ୍କ ମଧ୍ୟରେ କଳହ, ଅଶାନ୍ତି ହେଉଥିଲେ ପେଙ୍ଗସୁଇର କିଛି ସହଜ ଉପାୟ ମାଧ୍ୟମରେ ଏହି ସମସ୍ୟାକୁ ଦୂର କରି ହେବ । ତେବେ ଏଭଳି କେତେକ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ କଳହ ହେବ ନାହିଁ ।

ପତି-ପତ୍ନୀଙ୍କ ମଧ୍ୟରେ ବାରମ୍ବାର କଳହ ହେଉଥିଲେ, ଛୋଟ ଛୋଟ କଥାରେ ଅଶାନ୍ତି ହେଉଥିଲେ, ପେଙ୍ଗସୁଇ ଅନୁଯାୟୀ ଗୋଲାପି ରଙ୍ଗ ଏହାର ଏକ ସମାଧାନ । ଗୋଲାପି ରଙ୍ଗ ପ୍ରେମ ବୃଦ୍ଧିର କାରକ ବୋଲି କୁହାଯାଏ ।

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

ଦମ୍ପତିଙ୍କ ମଧ୍ୟରେ କଳହ ଦୂର ପାଇଁ ଶୟନ କକ୍ଷରେ ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ । ଶୟନ କକ୍ଷର କାନ୍ଥକୁ ହାଲୁକା ଗୋଲାପି ରଙ୍ଗ କରନ୍ତୁ । ମାତ୍ର ଗାଢ ନୁହେଁ । ଏହା ସହ ପରଦା, ଚାଦର, ଫୁଲ, କମ୍ବଳ ଆଦି ମଧ୍ୟ ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ ।

ଶୟନ କକ୍ଷକୁ ସର୍ବଦା ସଫା ରଖନ୍ତୁ । ସଠିକ୍‌ ସ୍ଥାନରେ ସମସ୍ତ ଜିନିଷ ରଖିବା ସହ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଘରର ପ୍ରବେଶ ଦ୍ୱାରକୁ ମଧ୍ୟ ସଫା ରଖନ୍ତୁ । ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଘରେ ଶୁଭଫଳ ପ୍ରଦାନ କରୁଥିବା ଗଛ ନିଶ୍ଚୟ ଲଗାନ୍ତୁ । ଏହାଦ୍ୱାରା ଘରେ ସର୍ବଦା ସକରାତ୍ମକ ବାତାବରଣ ରହିବା ସହ ପତି-ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ । ଘରେ ବାଉଁଶ, ମନି ପ୍ଲାଣ୍ଟ ଆଦି ଗଛ ନିଶ୍ଚୟ ଲଗାନ୍ତୁ ।

ଏଥିପାଇଁ ଶୋଇଥିବା ଅବସ୍ଥାରେ ସାଙ୍ଗକୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା କଲା ସାଙ୍ଗ..

ଖାଇକୁ ବସ୍‌ ଖସିବା ଘଟଣା; ମୃତ୍ୟୁ ସଂଖ୍ୟା ୩୮

 

Comments are closed.