ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଏବଂ ୬ ଜଣ ଗୁରୁତରଙ୍କୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହାରି ମଧ୍ୟରେ ଆଜି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି କଟକରେ ଚିକିତ୍ସାଧିନ ଥିବା ଦୁଇ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଏହା ଫଙ୍ଗାଲ ଇନଫେକ୍ସନରୁ ହୋଇଛି। ଆମ୍ବ ଟାକୁଆ ଜାଉ ଯେଉଁ ପ୍ରଥମ ଦିନ ଖାଇଲେ, ସେଥିରେ କିଛି ହେଲାନି। ହେଲେ ଦୁଇ ଦିନ ରଖିକି ଯେଉଁ ଜାଉ ରୋଷେଇ ଖାଇଲେ, ତାହା ଫଙ୍ଗଲ ଗ୍ରୋଥ୍ ହୋଇଗଲା। ଯାହା ବିଷାକ୍ତ ହୋଇଗଲା ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ।
Popular Categories



