www.samajalive.in
Thursday, December 11, 2025
23.1 C
Bhubaneswar

ଟ୍ବିନ୍ ସିଟି ଏବଂ ପୁରୀରେ ଘନ କୁହୁଡି: ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର

ଭୁବନେଶ୍ଵର: କଟକ ଏବଂ ଭୁବନେଶ୍ଵରରେ ବାୟୁ ପ୍ରଦୂଷଣର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ପରିବେଶ ପୁରା ବିଗିଡି ଯାଇଛି। ଯୁଆଡେ ଚାହିଁବେ କେବଳ ଧୂଆଁ ଆଉ ଧୂଆଁ। ଦୁଇ ଦିନ ଧରି ଦୀପାବଳୀ ପାଳନ ବେଳେ ବାଣ ଫୁଟାଇବା ପରେ ଟ୍ବିନ୍ ସିଟିର ବାୟୁମଣ୍ଡଳ ପୁରା ପ୍ରଦୂଷିତ ହୋଇପଡିଛି। ରାଜ୍ୟ ପ୍ରଦୂଷଣ ବୋର୍ଡର ନିୟମ କୁ ବେଖାତିର କରି ବହୁଳ ପରିମାଣରେ ବାଣ ଫୁଟାଇଛନ୍ତି ଟ୍ବିନ୍ ସିଟି ବାସୀନ୍ଦା। ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିର୍ଦେଶନାମା ଜାରି ହୋଇଥିବା ବେଳେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଧୂଆଁମୟ ପରିବେଶ ଭିତରେ ଲୋକେ ପୁରା ଅଣନିଃଶ୍ଵାସୀ ହୋଇପଡିଛନ୍ତି। ତା ସହ କେବଳ ଟ୍ବିନ୍ ସିଟି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଛି । ଫଳରେ ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୦୦ ମିଟରରୁ ଅଧିକ ଦୂର ରାସ୍ତା ବି ଦୃଶ୍ୟମାନ ହେଉନି। ଅନ୍ୟପଟେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ପୁରୀ ଶ୍ରୀମନ୍ଦିର । ମୁଖ୍ୟ ମନ୍ଦିର ଏବଂ ଶ୍ରୀମନ୍ଦିରର ଚୂଡା ଦେଶ ଦୃଶ୍ୟମାନ ହେଉନାହିଁ।  ହାଲୁକା ଶୀତ ଆରମ୍ଭ ହେବା ସହ ସକାଳକୁ ଢାଙ୍କି ଦେଇଛି କୁହୁଡ଼ି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories