www.samajalive.in
Thursday, December 11, 2025
23.1 C
Bhubaneswar

କୁଚ ବିହାର ଟ୍ରଫି ପାଇଁ ଓସିଏ ଘୋଷଣା କଲା ଟିମ, ଶ୍ରେୟାଂଶ ଅଧିନାୟକ

ଡେସ୍କ: ବିସିସିଆଇ ଘରୋଇ ସିଜିନ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫି ପାଇଁ ଓଡିଶା ପୁରୁଷ ଦଳ ଘୋଷଣା କରାଯାଇଛି। ଓଡିଶା କ୍ରିକେଟ ଆସୋସିଏସନ ୧୮ ଜଣିଆ ଟିମ ଘୋଷଣା କରିଛି। ଶ୍ରେୟାନ୍ସ ଭରଦ୍ୱାଜଙ୍କୁ ଟିମର ଅଧିନାୟକ ଅଛନ୍ତି। ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ଟିମରେ ସାମିଲ କରାଯାଇଛି। ଟିମରେ ଆୟୁଷ ସୁତାର, ପ୍ରୟାନ ପି ସାମଲ, ଶ୍ରେୟାଂଶୁ ପଟ୍ଟନାୟକ, ସମ୍ବିତ କୁମାର ବେଜା, ବିଶ୍ଵଜିତ ପ୍ରଧାନ, ପାନାକାଲା ମକସିତ, ଅନୁରାଗ ମଲ୍ଲିକଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି।


ଆସନ୍ତା ୬ ତାରିଖରେ ଦିଲ୍ଲୀ ବିପକ୍ଷରେ ଓଡିଶା ପ୍ରଥମ ମ୍ୟାଚ ଖେଳିବ। ତେବେ ଏହି ଟିମ ଚୟନ ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ଓ କ୍ୟାମ୍ପ କରାଯାଇଛି। ଯାହା ଫଳରେ କୁଚ ବିହାର ଟ୍ରଫିରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଓଡିଶା ଅଣ୍ଡର-୧୯ ଚୟନ କମିଟି ଅଧକ୍ଷ ନଟରାଜ ବେହେରା କହିଛନ୍ତି। ଅନ୍ୟପଟେ ବିଗତ ଅନେକ ବର୍ଷ ଧରି ଜୁନିୟର ଵର୍ଗରେ ଓସିଏ ଘରୋଇ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଛି। ହେଲେ ଅନେକ ଯୁବ ତାରକା ରଣଜୀ ଟ୍ରଫିରେ ପଦାର୍ପଣ କରିଛନ୍ତି। ତେଣୁ କୁଚ ବିହାର ଟ୍ରଫିରେ ଓଡିଶାର ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିବ ବୋଲି ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories