www.samajalive.in
Saturday, December 13, 2025
15.1 C
Bhubaneswar

ଶିଶୁମାନଙ୍କ ସୁରକ୍ଷା ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି 

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(କ୍ସଗଈPଈR)ର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି । ଆୟୋଗକୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ସହ ହେଲ¬ଲାଇନ ନମ୍ବରକୁ ଗାଁ ଗାଁରେ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି। ଯୌନ ଉତ୍ପୀଡନର ପ୍ରଥମ ପ୍ରୟାସକୁ ହିଁ ବିରୋଧ କରିବ ବୋଲି ଶ୍ରୀମତୀ ପରିଡା ଛୋଟ ଛୋଟ ଶିଶୁମାନଙ୍କୁ ପରାମର୍ଶ ଦେଇଛନ୍ତି । ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଭଳି ଆହ୍ୱାନକୁ ସାମ୍‌ନା କରିବା ପାଇଁ ସରକାରଙ୍କ ସହ ସମାଜସେବୀ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି ।
ପରସ୍ପର ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଦ୍ୱାରା ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଦୃଢ ଆଶା କରିଛନ୍ତି । ସେ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ପୋଲିସ ଆଇଜି ଶ୍ରୀମତୀ ସାଇନି. ଏସ ଶିଶୁ ସୁରକ୍ଷା ପ୍ରତି ପୋଲିସର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ନିଜ ଅଭିଭାଷଣରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ଆୟୋଗର ଆଭିମୁଖ୍ୟକୁ ଉପସ୍ଥାପନା କରିଥିଲେ । ରାଜ୍ୟର କୌଣସି ବି ସ୍ଥାନରେ ପିଲାମାନେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ଏହି ଦେୟମୁକ୍ତ ନମ୍ବର(୧୮୦୦-୩୪୫-୪୪୯୪)ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମତୀ କର । ଏହି ନମ୍ବର ସକାଳ ୧୦ ଟା ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଏହି କାର୍ଯ୍ୟକ୍ରମରେ ୟୁନିସେଫ ରାଜ୍ୟ ମୁଖ୍ୟ ମିଷ୍ଟର ୱିଲିୟମ ହାନଲୋନ ଜୁନିଅର ମଧ୍ୟ ଉପସ୍ଥିତ ଥିଲେ ।
ବହୁ ବାଲ୍ୟବିବାହକୁ ସଫଳ ଭାବେ ରୋକିଥିବା ଦୁଇ କିଶୋରୀ ଯୋଦ୍ଧା ସମ୍ବଲପୁର ଜିଲ୍ଲାର ଅନାମିକା ଓରାମ ଓ ଗଞ୍ଜାମ ଜିଲ୍ଲାର ଆଶା ସାହୁ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ଏହି ଦୁଇ କିଶୋରୀ ଯୋଦ୍ଧାଙ୍କ ସହ ବଲାଙ୍ଗିର ଜିଲ୍ଲାର ବୈଷ୍ଣବୀ ଧାରୁଆ ଜଗତସିଂହପୁରର ନନ୍ଦିନୀ ପ୍ରମୁଖକୁ ସମ୍ବର୍ଦ୍ଧିତ କରାଗଲା । ଏହା ସହ ସାମଗ୍ରିକ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ଜିଲ୍ଲା ଭାବେ ମୟୂରଭଞ୍ଜକୁ ଓ ଶ୍ରେଷ୍ଠ ଲିଗାଲ ସର୍ଭିସ ପାଇଁ ଯାଜପୁର ଜିଲ୍ଲାକୁ ସମ୍ମାନିତ କରାଯାଇଛି । ନିଖୋଜ ପିଲାମାନଙ୍କର ଉଦ୍ଧାର ଓ ଥଇଥାନ ପାଇଁ  ସନ୍ତୋଷ ପାତ୍ର, ଡିସିପି ଓ  ବନିତା ମହାରଣା, ଇନ୍ସପେକଫରଙ୍କ ସହ ଶିଶୁ ସୁରକ୍ଷା ପାଇଁ କର୍ମରତ ବହୁ ସରକାରୀ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories