ଶନିବାର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ: ୪୮ ଛାତ୍ରୀଙ୍କୁ ମିଳିବ ସ୍ବର୍ଣ୍ଣ ପଦକ, ୧୨ଜଣଙ୍କୁ ଦିଆଯିବ ପିଏଚଡି ଉପାଧି 

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ତା ନଭେମ୍ବର ୨ତାରିଖ(ଶନିବାର)  ନୂତନ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ବିଶିଷ୍ଟ ଅତିଥି ରୂପେ ଯୋଗ ଦେବାକୁ ଥିବାବେଳେ ମୁଖ୍ୟ ବକ୍ତା ଭାବେ ତାମିଲନାଡୁ ସ୍ଥିତ ଅବିନାଶଲିଙ୍ଗମ୍ ଗୃହବିଜ୍ଞାନ ଓ ମହିଳା ଉଚ୍ଚ ଶିକ୍ଷା ସଂସ୍ଥା ଡିମଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଭି. ଭାରଥି ହରିଶଙ୍କର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉକ୍ତ ଉତ୍ସବରେ ୪୮ଟି ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବା ସହ ୧୨ଜଣଙ୍କୁ ପିଏଚଡି ଉପାଧି ପ୍ରଦାନ କରାଯିବ। ସିଣ୍ଡିକେଟ, ଏକାଡେମୀ ପରିଷଦ ତଥା ଅନ୍ୟାନ୍ୟ ନିମନ୍ତ୍ରିତ ଏଥିରେ ଯୋଗଦେବେ। ବିଶ୍ଵବିଦ୍ୟାଳୟ ଭାବେ ନାକ୍ ମାନ୍ୟତା ପାଇବା ପରେ ଏହା ପ୍ରଥମ ସମାବର୍ତ୍ତନ ଉତ୍ସବ ଅଟେ ।

Comments are closed.