www.samajalive.in
Sunday, December 7, 2025
14.1 C
Bhubaneswar

ପିଜା ବାଣ୍ଟିଲେ ଜର୍ଜ ବୁଶ୍‍

ୱାଶିଂଟନ୍‍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍‍ ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଜର୍ଜ ବୁଶ୍‍ ଏହି ଫେଟୋକୁ ନିଜ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ସେୟାର କରିଛନ୍ତି। ଜର୍ଜ ବୁଶ୍‍ଙ୍କ ସହିତ ତାଙ୍କ ପତ୍ନୀ ଲୋରା ଡବ୍ଲ୍ୟୁ ବୁଶ୍‍ ମଧ୍ୟ ନଜର ଆସିଛନ୍ତି। ବିନା ଦରମାରେ ଦିନ ରାତି କାମ କରୁଥିବା ଆମେରିକାର କର୍ମଚାରୀଙ୍କୁ ପିଜା ବାଣ୍ଟି ଖୁସି ଅନୁଭବ କରୁଛନ୍ତି ବୋଲି ବୁଶ୍‍ ଦମ୍ପତି କହିଛନ୍ତି।
ସୂଚନାଯୋଗ୍ୟ, ଆମେରକା ସୀମାନ୍ତରେ ପ୍ରାଚୀର ନିର୍ମାଣ କରିବା ପାଇଁ ୫ ବିଲିୟନ ଡଲାର ମଞ୍ଜୁର କରିବା ଦାବିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଟଳ ରହିବାରୁ ଆମେରିକାର ଏକାଧିକ ସରକାରୀ ବିଭାଗରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ସିନେଟ୍‍ରେ ବଜେଟ୍‍ ପ୍ରସ୍ତାବ ପାରିତ ହୋଇ ନ ପାରିବା କାରଣରୁ ଅନେକ ବିଭାଗ ଅର୍ଥଶୂନ୍ୟ ହୋଇଯାଇଛନ୍ତି। ତେଣୁ ସରକାରୀ କର୍ମଚାରୀଙ୍କୁ ଛୁଟିରେ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି। କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ଗତ ୨୭ ଦିନ ଧରି ବିନା ବେତନରେ କାମ କରୁଛନ୍ତି। ସେହି କର୍ମଚାରୀଙ୍କ ପାଇଁ ବୁଶ ଦମ୍ପତି ୬ଟି ଲେଖାଏଁ ପିଜା ବାଣ୍ଟିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories