www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ସ୍କୁଟିରେ ବାଣ ନେଇ ଯାଉଥିଲେ ମହିଳା, ବିସ୍ଫୋରଣ ଘଟି ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର। ପ୍ରଦୂଷଣକୁ ଅଣଦେଖା କରି ଅଧିକାଂଶ ଲୋକ ବାଣ ଫୁଟାଇ ମଜା ନିଅନ୍ତି। ହେଲେ ଏହି ବାଣ କିପରି  ଜୀବନ ନେଉଛି ତାହାର ଏକ ଛାତିଥରା ଦୃଶ୍ୟ ଆସିଛି ସାମ୍ନାକୁ। ଜଣେ ମହିଳା ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟିବାରୁ ପ୍ରାଣ ହରାଇଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ତାନୁକୁ ଅଞ୍ଚଳରେ।

ସିସିଟିଭିରେ କଏଦ ହୋଇଥିବା ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ରାସ୍ତା ପାର୍ଶ୍ବରେ ଏକ ସ୍ପିଡ୍‌ ବ୍ରେକର ନିକଟରେ ୫ ଜଣ ଯୁବକ ଛିଡ଼ା ହୋଇ କଥାବର୍ତ୍ତା ହେଉଛନ୍ତି। ଏହି ସମୟରେ ଏକ ସ୍କୁଟି ଯାଉଛି। ସ୍କୁଟିକୁ ଜଣେ ବ୍ୟକ୍ତି ଚଳାଉଥିଲେ ଏବଂ ପଛରେ ବସିଥିଲେ ଜଣେ ମହିଳା। ମଝିରେ ରହିଥିଲା ବାଣ ଭର୍ତ୍ତି ବ୍ୟାଗ। ଗାଡ଼ିଟି ସ୍ପିଡ୍‌ ବ୍ରେକରରେ ମାଡ଼ ହେବା ସମୟରେ ହଠାତ୍ ବାଣ ଭର୍ତ୍ତି ବ୍ୟାଗ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ବାଣ ଧରି ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ୫ ଯୁବକଙ୍କ ସହିତ ସ୍କୁଟି ଚାଳକ ଆହତ ହୋଇଛନ୍ତି। ଚନ୍ଦ୍ରମଉଳି ନାମକ ଜଣେ ବ୍ୟକ୍ତି ନିଜ ଏକ୍ସ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି।

- Advertisement -

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories