www.samajalive.in
Sunday, December 7, 2025
14.1 C
Bhubaneswar

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା : ୯୫ ଜଣଙ୍କ ମୃତ୍ୟୁ , ଅନେକ ନିଖୋଜ

ମାଦ୍ରିଦ : ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ହଠାତ୍‌ ବନ୍ୟା ଆସି ଯାଇଥିଲା। ଏହି ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍‌ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା। ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ସେମାନଙ୍କ ଆସବାବପତ୍ର ଭାସି ଯାଇଥିଲା। ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା। ହେଲିକପ୍ଟର ଓ ବୋଟ୍‌ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ଭାସି ଯାଇ ୯୫ଜଣ ପ୍ରାଣ ହରାଇଥିବାରୁ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶୋକବ୍ୟକ୍ତ କରିଛନ୍ତି। ଏହି ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories