www.samajalive.in
Monday, December 8, 2025
27.1 C
Bhubaneswar

ଭଣ୍ଡାର ଘର ନିମନ୍ତେ ବାସ୍ତୁ ଟିପ୍ସ

ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ବ ରହିଛି। ଗ୍ରହ-ନକ୍ଷତ୍ରର ପ୍ରଭାବ ଠାରୁ ବାସ୍ତୁର ପ୍ରଭାବ ଜୀବନରେ ଅଧିକ ପଡିଥାଏ। ବେଳେବେଳେ ବାସ୍ତୁ ସମ୍ବନ୍ଧିତ କିଛି ଭୁଲ କରିବା ଆମ ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ଘରେ ବିପତ୍ତି ଦେଖା ଦେଇଥାଏ। ତେଣୁ ଘରେ ବାସ୍ତୁ ଠିକ ରହିବା ଉଚିତ।

ପ୍ରତ୍ୟେକଙ୍କ ଗୃହରେ ଭଣ୍ଡାର ଘର ରହିଥାଏ। ସେଠାରେ ଆମେ ଅନେକ ଜିନିଷ ସାଇତି ରଖିଥାଉ। ଘରର ପଶ୍ଚିମ ଦିଗରେ ଭଣ୍ଡାର ଘର ରଖିବା ଉଚିତ। ଏପରି କରିବା ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ରହି ନଥାଏ।

- Advertisement -

ଯଦି ଆପଣ ବର୍ଷକ ପାଇଁ ଗହମ, ଚାଉଳ ସାଇତି ରଖିବାକୁ ଚାହୁଁଛନ୍ତି ତେବେ ତାକୁ ପ୍ରଥମେ ପଶ୍ଚିମ ଦିଗ ନିକଟକୁ ରଖନ୍ତୁ।

ସର୍ବଦା ମନେ ରଖନ୍ତୁ ଚାଉଳକୁ ଭଣ୍ଡାର ଘରେ ରଖୁଥିଲେ ତାକୁ କେବେ ବି ମୁହଁ ଖୋଲା ଥିବା ଡବା କିମ୍ବା ଖୋଲା ବସ୍ତାରେ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରେ ବିପତ୍ତି ଦେଖା ଦେଇଥାଏ। ଘରେ ଖାଲି ଡବା ରଖିବା ଅଶୁଭ ଅଟେ।

କୌଣସି ଦ୍ରବ୍ୟ ସରିଗଲେ ଡବାକୁ ଭଲ ଭାବେ ଧୋଇ ଘରର ଦକ୍ଷିଣ-ପଶ୍ଚିମ ଦିଗର ଖରାରେ ଶୁଖାଇ ଦିଅନ୍ତୁ। ତାପରେ ସେଥିରେ ଆବଶ୍ୟକ ଦ୍ରବ୍ୟ ରଖନ୍ତୁ। ଏପରି କରିବା ଦ୍ବାରା ଘରେ ସମୃଦ୍ଧି ଆସିଥାଏ।

ଭଣ୍ଡାର ଘରେ ଘିଅ, ତେଲ ଇତ୍ୟାଦିକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ।

ଘରର ପୂର୍ବ ଦିଗରେ ଭଣ୍ଡାର ଘର କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରର ମୁଖ୍ୟଙ୍କ ସର୍ବଦା ଅନି​‌ଷ୍ଟ ହୋଇଥାଏ।

ଭଣ୍ଡାର ଘରେ ଭୁଲରେ ଭଙ୍ଗା ବାସନ କିମ୍ବା ଭାଙ୍ଗି ଯାଇଥିବା କୌଣସି ଜିନିଷ ରଖନ୍ତୁ ନାହିଁ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories