www.samajalive.in
Saturday, December 13, 2025
26.1 C
Bhubaneswar

ବାତ୍ୟା ପରେ ବନ୍ୟା; ବହୁ ପରିବାର ଜଳବନ୍ଦୀ

ବାସୁଦେବପୁର: ବାତ୍ୟା ‘ଦାନା’ ପରେ ଏବେ ଦାଉ ସାଧିଛି ବନ୍ୟା। ଭଦ୍ରକ ଜିଲାର ଅନେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବନ୍ୟା ପାଣିରେ ବହୁ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ବାସୁଦେବପୁର, ସୁଦର୍ଶନପୁର ପଞ୍ଚାୟତ ସୁଆଁ ଗାଁରେ ଏକାଧିକ ପରିବାର ଜଳବନ୍ଦୀ ହୋଇଛନ୍ତି। ୩ ଦିନଧରି ବନ୍ୟା ଜଳ କବଳିତ କରିଥିବାବେଳେ ମାଟି ଘର ଦୁର୍ବଳ ହେବାରେ ଲାଗିଛି। ଭୟରେ କେତେକ ପରିବାର ଘର ଛାଡ଼ି ପାଖପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି।

ଉପରମୁଣ୍ଡରେ ଅତିପ୍ରବଳ ବର୍ଷା କାରଣରୁ ଏବେ ଗମେଇ ନଦୀ ଫୁଲିବାରେ ଲାଗିଛି। ଫଳରେ ତଳିଆ ଅଞ୍ଚଳରେ ଏବେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି। ସୁଦର୍ଶନପୁର-ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ଦୁଇ ପଞ୍ଚାୟତ ସମେତ ଲୁଙ୍ଗା ପଞ୍ଚାୟତର ବଡକିଆରି, ମହୁଜୋରୀ, ନରସିଂହପୁର ପଞ୍ଚାୟତ ଓ ବାସୁଦେବପୁର ପୌରପାଳିକାର ୨୦ ନମ୍ବର ଓ୍ବାର୍ଡ ବଳିବିନ୍ଧା ଗ୍ରାମର ପାଖାପାଖି ତିନିଶହ ଲୋକ ଜଳବନ୍ଦୀ ଭାବରେ ରହିଛନ୍ତି। ଧାନକ୍ଷେତରେ ବନ୍ୟାଜଳ ମାଡିଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ବାସୁଦେବପୁର ବିଧାୟକ ଅଶୋକକୁମାର ଦାଶ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବନ୍ୟା ପ୍ରଭାବିତ ପରିବାରକୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବଳିବିନ୍ଧା ଗ୍ରାମରେ ବନ୍ୟା ପ୍ରଭାବିତ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories